Share କୋଶଲ ନ୍ୟୁଜ୍ ବ୍ୟୁରୋ :- କଳାହାଣ୍ଡି ର ବରପୁତ୍ର ବୀର ସହୀଦ ରେଣ୍ଡୋ ମାଝୀ ଙ୍କ ଉପରେ ଆର,ବି ଏସ.ବି ଫିଲ୍ମ ପ୍ରଡକ୍ସସନ ବେନର ଦ୍ୱାରା ‘’ରେଣ୍ଡୋ ମାଝୀ’’-ଦି ହିଡେନ ଷ୍ଟ୍ରୋରୀ ଆଫ ୧୮୫୩ ‘’ ଫିକଚର ଫିଲ୍ମ ଆରମ୍ଭ ହୋଇଛି । ଭବାନୀପାଟଣା ଠାରେ ମୁଖ୍ୟଅତିଥି ଭାବେ ଶକ୍ତି ଗୃହରାଜ୍ୟ ମନ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରିଥିଲେ । ଫିଲ୍ମ ର ନିର୍ଦ୍ଦେଶକ ଅମରେଶ ଜେନା ଫିଲ୍ମ କୋଶଲୀ ଓ ହିନ୍ଦୀ ଭାଷା ରେ ପ୍ରସ୍ତୁତ ହେଉଥିବା ବେଳେ ଆନ୍ତର୍ଜାତୀୟ ସ୍ତର ରେ ବୁଝିବାକୁ ଇଂରାଜୀ ସବ ଟାଇଟଲ ରହିବ ବୋଲି ସୁଚନା ଦେଇଛନ୍ତି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଫିଲ୍ଲ ର ମୁଖ୍ୟ ଚରିତ୍ର ରେଣ୍ଡୋ ମାଝୀ ଙ୍କ ମୁଖ୍ୟ ଭୁମିକା ରେ ବଲିଉଡ ନାମକରା ଅଭିନେତା ମନୋଜ ମିଶ୍ର ଉପସ୍ଥିତ ରହି ଏହି ଅଇତିହାସିକ ଚରିତ୍ର୍ର ସଂମ୍ପାଦନ ପାଇଁ ଅନେକ ରିସର୍ଚ କରିଥିବା ତଥା ଉତ୍ସାହିତ ବୋଲି ପ୍ରକାଶ କରିଛନ୍ତି । ଚଳଚିତ୍ର ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ୟ ପୁରସ୍କାରପ୍ରାପ୍ତ ପଙ୍କଜ ଜାଲ । ଚଳଚିତ୍ର ର କାହାଣୀ ଓ ସଂଳାପ ଲେଖିଛନ୍ତି ବିଶିଷ୍ଠ ନାଟ୍ୟକାର ପରମେଶ୍ୱର ମୁଣ୍ଡ । ରେଣ୍ଡୋ ମାଝୀ ଙ୍କ ସହିତ କଳାହାଣ୍ଡି ସମେତ ଓଡିଶା ଲୋକଙ୍କ ଭାବାବେଗ ଜଡିତ ଏଣୁ ତାଙ୍କ ବାୟୋପିକ ଲେଖିବା ନିଶ୍ଚିତ ଭାବେ ଚ୍ୟାଲେଞ ବୋଲି ପ୍ରକାଶ କରିଛନ୍ତି । ରେଣ୍ଡୋ ମାଝୀ ଙ୍କୁ ନେଇ ସ୍ଥାନୀୟ ଆଚଂଳ ରେ ଅନେକ ଲୋକକଥା ରହିଛି । ଇତିହାସ ରେ ଇଂରେଜ ଙ୍କ ଗେଜେଟିୟର ଏବଂ କିଛି ଇତିହାସକାର ଙ୍କ ବହି ରେ ତାଙ୍କ ବିଷୟ ରେ ଉଲ୍ଲେଖ ରହିଛି । ଏହା ସହିତ ସିପାହୀ ବିଦ୍ରୋହ ପୁର୍ବରୁ ୧୮୫୩ ମସିହାରେ ଏହି ସ୍ୱାଧୀନତା ସଂଗ୍ରାମୀ ଙ୍କ ବହୁ ଲୁପ୍ତ ତଥ୍ୟ କୁ ସିଲଭର ସ୍ରିନ ରେ କଏଦ କରିବା ନିଶ୍ଚିତ ଭାବେ ଟିମ ପାଇଁ ଚ୍ୟାଲେଞ ରହିବ । ଯାହାକୁ ନେଇ ଦର୍ଶକ ଙ୍କ ମଧ୍ୟରେ ଯେତେ ଉତ୍କୃଷ୍ଟ। ରହିଛି l ଫିଲ୍ମ ର କ୍ୟାମେରା ଭାର ନେଇଛନ୍ତି ଜାତୀୟ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କ୍ୟାମେରାମେନ କୁମାର ଚୋଡଗଙ୍କଦେବ ମହାପାତ୍ର । କଳାହାଣ୍ଡି ଓ କନ୍ଦମାଳ ଜିଲ୍ଲା ର ରେଣ୍ଡୋ ମାଝୀ ଙ୍କ ଇତିହାସ ରେ ବର୍ଣିତ ଗାଁ ଜଗଂଲ ରେ ଏହି ଚଳଚିତ୍ର ଆସନ୍ତା କାଲି ଠାରୁ ସୁଟିଂ ଆରମ୍ଭ ହେବାକୁ ଯାଉଛି । ଯାହାକୁ ଆମଜୋନ ରେ ପ୍ରସାରଣ ପାଇଁ ଚଳଚିତ୍ର ର ପ୍ରୟୋଜକ ବିଭୁପ୍ରସାଦ ରାଉତ ଯୋଜନା କରୁଛନ୍ତି । ଫଳରେ ଆନ୍ତର୍ଜାତୀୟ ସ୍ତର ରେ ସୀପାହି ବିଦ୍ରୋହ ପୁର୍ବରୁ ଦେଶ ପାଇଁ ଶହୀଦ ହୋଇଥିବା ଏହି ସ୍ୱାଧୀନତା ସଂଗ୍ରାମୀ ବୀରଗାଥା ଲୋକଲୋଚନ କୁ ଆସିପାରବ ଏହା ହିଁ ତାଙ୍କ ପାଇଁ ଶ୍ରେଷ୍ଟ ଶ୍ରଦ୍ଦାଞଳି ତଥା ଫିଲ୍ମ ନିର୍ମାଣ ମୁଳଲକ୍ଷ୍ୟ ବୋଲି ମୁହୁରତ ରେ ଟିମ ସଦସ୍ୟ ମତବ୍ୟକ୍ତ କରିଛନ୍ତି । 0 30 Share FacebookTwitterWhatsAppEmailFacebook MessengerTelegramPrint