ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରିତ ସର୍ବାଙ୍ଗୀନ ବିକାଶ ନିମନ୍ତେ ଖେଳଣା ଭିତ୍ତିକ ଶିକ୍ଷାଶାସ୍ତ୍ରର ମହତ୍ତ୍ଵ ସମ୍ବନ୍ଧୀୟ ଏକ ଦିବସୀୟ ଆଲୋଚନା ଚକ୍ର

ଭବାନୀପାଟଣା(କୋଶଲ ନ୍ୟୁଜ୍):-ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭବାନୀପାଟଣା, କଳାହାଣ୍ଡି ର ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ “ଜାତୀୟ ଶିକ୍ଷା ନୀତି – 2020 ଆଧାରିତ ଶିକ୍ଷାର୍ଥୀ ଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଖେଳଣା ଭିତ୍ତିକ ଶିକ୍ଷାଶାସ୍ତ୍ର ର ଭୂମିକା” ଶୀର୍ଷକରେ ଏକ ଜାତୀୟ ସ୍ତରୀୟ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, NCERT ଭୋପାଳର ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ଶିକ୍ଷାନୀତି- ୨୦୨୦ ର SCF ଷ୍ଟିଅରିଙ୍ଗ କମିଟି ଚେୟାରମ୍ୟାନ ପ୍ରଫେସର ଡ଼. ନିତ୍ଯାନନ୍ଦ ପ୍ରଧାନ ଯୋଗ ଦେଇଥିଲେ । ଶିକ୍ଷାଦାନକୁ ଆନନ୍ଦଦାୟୀ ତଥା ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ କରିବା ପାଇଁ ଶିକ୍ଷାଦାନରେ ଖେଳଣାର ଉପଯୋଗ ଅପରିହାର୍ଯ୍ଯ ବୋଲି ସେ ବାର୍ତ୍ତାପ୍ରଦାନ କରିଥିଲେ । ଶିକ୍ଷାର୍ଥୀର ଶାରୀରିକ ଓ ସାମାଜିକ ବିକାଶ ପାଇଁ ଖେଳଣା ଅତ୍ୟନ୍ତ ଉପାଦେୟ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ । ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ IGNOU କୋରାପୁଟର ଆଞ୍ଚଳିକ ନିର୍ଦ୍ଦେଶିକା ଡ଼. ଲଲିତା କୁମାରୀ ମିଶ୍ର ଏବଂ ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼. ସଂଯୁକ୍ତା ପଣ୍ଡା ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ନୀହାରିକା ଦେବୀ ଓ ପ୍ରଶିକ୍ଷକ ଡ଼. ଦିଗାମ୍ବର ନାଏକ ସଂଯୋଜନା କରିଥିଲେ । ସଭା ଉଦ୍ଘାଟନ ସମୟରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଖେଳନା ଭିତ୍ତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ ।

ଏହି ଆଲୋଚନା ଚକ୍ରରେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରି ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏତଦବ୍ୟତୀତ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ ଓ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଭୋଇ , ଶ୍ରୀଯୁକ୍ତ ସଞ୍ଜୟ ଶବର, ଶ୍ରୀଯୁକ୍ତ ରାଜୀବ ଲୋଚନ ପଣ୍ଡା ଓ ସୁଶ୍ରୀ ସୁନିତା ଦୁର୍ଗା ତଥା ଅନୁଷ୍ଠାନର ସମସ୍ତ କର୍ମଚାରୀ କାର୍ଯକ୍ରମରେ ସହଯୋଗ କରିଥିଲେ । ଉକ୍ତ ଆଲୋଚନଚକ୍ରରେ ସନ୍ଦର୍ଭ ଉପସ୍ଥାପନ କରିଥିବା ସମସ୍ତ ଅଂଶଗ୍ରହଣ କାରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଡ. ଦିଗାମ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...