Share କୋଶଲ ନ୍ୟୁଜ୍ ବ୍ୟୁରୋ : ସମଗ୍ର ଦେଶରେ ମହାମାରୀ ର ରୂପ ନେଇ ଥିବା କୋଭିଡ -୧୯ ର ମୁକାବିଲା ପାଇଁ ସରକାର ଯୁଦ୍ଧ କାଳୀନ ଭିତ୍ତିରେ କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ଡାକ୍ତର ଖାନା ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରିଥିଲେ । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ମାନେ ନିଜ ଜୀବନକୁ ବିପନ୍ନ କରି ଦିନରାତି ସଂକ୍ରମିତ ରୋଗୀ ମାନଙ୍କ ସେବା ପ୍ରଦାନ କରିଥିଲେ ।ରାଜ୍ୟ ସରକାର ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ମାନିତ କରିବା ପରିବର୍ତେ କୋଭିଡ ସଂକ୍ରମଣ କମିବା ପରେ ରାଜ୍ୟ ସରକାର ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି ଫଳରେ ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନେ ଭବାନୀପାଟଣା ସ୍ଥିତ ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ।ଜିଲ୍ଲାରେ ନିଯୁକ୍ତ ୭୨ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଠାରୁ ପ୍ରକାଶ । 0 8 Share FacebookTwitterWhatsAppEmailFacebook MessengerTelegramPrint