ଧର୍ମଗଡ(କୋଶଲ ନ୍ୟୁଜ୍):-ଧର୍ମଗଡ଼ ବ୍ଲକ୍ ବେହେରାଗୁଦ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ୨୫ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ,ମୁଖ୍ୟ ବକ୍ତା ଜିଲ୍ଲା ସହକାରୀ ଶିକ୍ଷକ ସଂଘ ଯୁଗ୍ମ ସମ୍ପାଦକ ଲଳିତ ନାଏକ, ସମ୍ମାନିତ ସରପଞ୍ଚ ପ୍ରତିନିଧି ଗଗାନେଶ୍ୱର୍ ବେମାଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମାନାଥ ବାରିକ, ସାମ୍ବାଦିକ ଶୋଭିତ ଗାନ୍ଧୀ,ଦିଲିପ ଡୁରିଆ,ସମାଜ ସେବୀ ଦେବେନ୍ଦ୍ର ମାଏକ,ଧବଳେଶ୍ଵର ଦାସ, ସିମାଞ୍ଚକ୍ ବାରିକ, ଅନ୍ତରମ୍ ପୋଡ଼ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପଢ଼ି ଭଲ ମଣିଷ ହେବା ସହ ବିଦ୍ୟାଳୟ ତଥା ବାପା ମା ଓ ଦେଶର ଯଶ ବଢ଼ାଇବା କୁ କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ନୀଳାମ୍ବର ପୋଡ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପୂର୍ବତନ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।
ରିପୋର୍ଟ:-ଶୋଭିତ ଗାନ୍ଧୀ