Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ | କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ନର୍ଲା ବ୍ଲକ ଅଧିନସ୍ଥ ସୁରପଦର, ନୂଆପଡା ଗ୍ରାମର ଦେବରାଜ ସାଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେପଶି ତାଙ୍କ ବାଇକ ଦୁଇଟିକୁ ପୋଡିଦେଇ ଚମ୍ପଟ ମାରିଛନ୍ତି |ସେହି ବାଇକ ଗୋଟିଏ ପେସନ ପ୍ଲସ ଓ ଅନ୍ୟଟି ଟିଭିଏସ ଷ୍ଟାର ବୋଲି ଜଣାପଡିଛି | ଦେବରାଜ ସାଙ୍କ ପୁଅ କ୍ଷିତୀଶ ସା ବାଇକ ପୋଡିବାର ଶବ୍ଦ ଶୁଣି ଚିତ୍କାର କରିବାରୁ ତାଙ୍କ ବାପା ମାଁ ସାହି ପଡିଶା ଉଠିଆସି ବାଇକ ଦୁଇଟି ପଡୁଥିବାର ଦେଖି ହଟାତ ପାଣି ଢ଼ାଳିବାରୁ ଗୋଟିଏ ସମ୍ପୂର୍ଣ୍ଣ ପଡିଯାଇଥିଲା ଓ ଅନ୍ୟଟିକୁ ଲିଭାଇ ବାରେ ସକ୍ଷମ ହୋଇଥିଲେ | ଉକ୍ତ ଘଟଣାକୁନେଇ ସ୍ଥାନୀୟ ଅଂଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି ଏନେଇ ଦେବରାଜ ସା ଆଜି ସକାଳେ ପଲମ ଫାଣ୍ଡିରେ ଏତଲା ଦେବାରୁ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ଏକ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି | 0 10 Share FacebookTwitterWhatsAppEmailFacebook MessengerTelegramPrint