Share କୋଶଲ ନ୍ୟୁଜ୍ ବ୍ୟୁରୋ :- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଇ/୬୪ ବାଟାଳିୟାନ ତରଫରୁ ଯବାନ ମାନେ ମୋହନଗିରି ଗ୍ରାମପଞ୍ଚାୟତ ର ବିଭିନ୍ନ ୱାର୍ଡ କୁ ପଦ ରାଲି କରି ସାଧାରଣ ଜନତାଙ୍କୁ ଜାଗୃତ କରିଛନ୍ତି । ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଗାଁ କୁ ସ୍ବଛ କରିବା ଦେଶକୁ ସ୍ବଛ ରଖିବା । ଏହିି ପରିପ୍ରେକ୍ଷୀରେ ଯବାନ ମାନେ ଦେଶର ରିଏଲ ହିରୋ ସାଜି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଉଛନ୍ତି। ଆଜି ମୋହନଗିରି ର ବିଭିନ୍ନ ଛକ ସାମ୍ନାରେ ସାଧାରଣ ଜନତାଙ୍କୁ ଜାଗୃତ କରିବା ସହିତ ଗାଁ ସଫା ସୁତୁରା ରଖିବାକୁ ସଚେତନ କରାଇଛନ୍ତି ଏବଂ ମୋହନଗିରି ଅଞ୍ଚଳ ବାସୀ ପ୍ଲାଷ୍ଟିକ ବର୍ଜନ କରି ଜଙ୍ଗଲ ଜାତ ଦ୍ରଵ୍ୟ ବା ସ୍ବେଦେଶୀ ସାମଗ୍ରୀ ବ୍ୟବହାର କରିବା ନେଇ ସଚେତନ କରାଇଛନ୍ତି ସି ଆର.ପି.ଏଫ ଇ/୬୪ କମାଣ୍ଡେଣ୍ଟ ଯୁଗଳ କିଶୋର ମହାପାତ୍ର ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ମୋହନଗିରି ସରପଞ୍ଚ ବଳଭଦ୍ର ପାତ୍ର,ମୋହନଗିରିର ୱାର୍ଡ ନ(୧) ମେମ୍ବର-ପୂର୍ଣ୍ଣିମା ମାଝୀ,ୱାର୍ଡ (୨)ଭାଗ୍ୟ ମଞ୍ଜରୀ ପଧାନ,ଯୁବ ସମାଜସେବୀ ସୁବ୍ରତ କୁମାର ସାହୁ ଏବଂ ଇ/୬୪ କମ୍ପାନୀ ମୋହନଗିରି ର ସମସ୍ତ ଯବାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ହୋଇଥିଲା। ଆଗାମୀ ଦିନରେ ବିଭିନ୍ନ ହସ୍ପିଟାଲ, ସ୍କୁଲ ଓ କଲେଜ ରେ କାର୍ଯ୍ୟକ୍ରମ ଅଞ୍ଚଳ ବାସୀ ଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। 0 10 Share FacebookTwitterWhatsAppEmailFacebook MessengerTelegramPrint