Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟରେ ପଞ୍ଚଦିବସୀୟ ପୁଟବଲ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇ ଯାଇଛି।ଏଥିରେ ମୁଖ୍ୟଅତିଥି ଭାବରେ ଗମ୍ଭାରୀଗୁଡା ସରପଞ୍ଚ ଶ୍ରୀମତୀ ନନ୍ଦିତା ସାହୁ ମହୋଦୟା ଯୋଗ ଦେଇଥିବା ବେଳେ ଆନନ୍ଦ ଗର୍ଗ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ଏବଂ ଗମ୍ଭାରୀଗୁଡା ନାଏବ ସରପଞ୍ଚ ସୋମନାଥ ବାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ସହ N Y S କ୍ଳବର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ୧୬ ଗୋଟି ଦଳ ଭାଗ ନେବାକୁ ନିର୍ଦ୍ଧାରିତ ଥିବା ବେଳେ ପ୍ରଥମ ତିନରେ ତିନୋଟି ଖେଳ ହୋଇଥିଲା।ପ୍ରଥମ ଖେଳରେ ଛିଳପାମାଳ ବିଜୟ ହୋଇଥିଲା।ଦ୍ୱିତୀୟରେ ବଙ୍ଗୋମୁଣ୍ଡା ବିଜୟ ହୋଇଥିଲା।ଏହାପରେ ଏହି ଦୁଇ ଦଳକୁ ନେଇ କ୍ୱାଟର ଫାଇନାଲ ହୋଇଥିଲା।ଏଥିରେ ଛିଲପାମାଳ ବିଜୟ ହୋଇଥିଲା ।ଖେଳଟିକୁ ତାପସ ଦାସ ପରିଚାଳନା କରୁଥିବା ବେଳେ ଲାଇନମ୍ୟାନ ଭାବେ ଜଗମହୋନ ମାଝୀ ଓ ନିରଞ୍ଜନ ବାଗ ସହଯୋଗ କରିଥିଲେ।ଖେଳର ଧାରା ବିବରଣୀ ବୈକୁଣ୍ଠ ଜାଲ ଓ ପିଣ୍ଟୁ ଗହିର ପ୍ରଦାନ କରିଥିଲେ।। 0 31 Share FacebookTwitterWhatsAppEmailFacebook MessengerTelegramPrint