Share କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜ଼ିଲ୍ଲା ଭବାନିପାଟଣା ଦୁଆରସୁନୀ ଉପ ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ବାସ୍ଥ୍ୟ କର୍ମି ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରକାଶ ଯେ ଭବାନିପାଟଣା ଜମୁନା ସାଗର ଗ୍ରାମର ଉପେନ୍ଦ୍ର ବେହେରାଙ୍କ ସ୍ତ୍ରୀ କୁ ଆଶାକର୍ମୀ କରେଇ ଦେବା ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ କଳାହାଣ୍ଡି ଭିଜିଲାନ୍ସ ବିଭାଗ ରେ ଉପେନ୍ଦ୍ର ବେହେରା ଅଭିଯୋଗ କରିଥିଲେ । ଆଜି ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ସମେତ ତାଙ୍କ ଟିମ ଅଭିଯୋଗକାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି। ସ୍ବାସ୍ଥ୍ୟ କର୍ମି ଅନିଲ କୁମାର ସେନାପତିଙ୍କୁ ଭବାନିପାଟଣା ଭିଜିଲାନ୍ସ କାର୍ଯ୍ୟାଳୟ କୁ ଆଣି ଅଟକ ରଖି ପଚରା ଉଚରା ଜାରି ରହିବା ସହ ୩୦ ହଜାର ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ବିଭାଗ । 0 19 Share FacebookTwitterWhatsAppEmailFacebook MessengerTelegramPrint