
କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଭବାନିପାଟଣା କୁଟୁରୁଖମାର ସେକ୍ଟର ଆଇସିଡିଏସ୍ ସୁପରଭାଇଜର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରକାଶ ଯେ ଭବାନିପାଟଣା ବ୍ଲକ କୁରୁମାଚୁଆଁ ର ଅଙ୍ଗନବାଡି କର୍ମି ସୀମନ୍ତିନୀ ନାଏକ ଠାରୁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବା ର ବିଲ କରିଦେଇ ୧୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସ ର ନୁଆପଡା ଡିଭିଜନ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ କରିଥିଲେ ।
