Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସମୟରେ ଚୋରା କାଠ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲୁଥିବା ବେଳ ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କାଠ ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହେଉଛି ତ ପୁଣି କେତେବେଳେ ବିଫଳ ମଧ୍ୟ ହେଉଛି ବନ ବିଭାଗ I ତେବେ କୌଣଷି ସୂତ୍ର ରୁ ଖବର ପାଇ ଦୀର୍ଘ ଦିନ ଧରି ନର୍ଲା ରେଞ୍ଜ ଅନ୍ତର୍ଗତ ନର୍ଲା ରୋଡ ଅଞ୍ଚଳ ରେ ଥିବା ଜୀବନ ଧାରା ଏନ୍. ଜି.ଓ କୁ ଲାଗି ରହିଥିବା ବସ୍ତି ଭିତରେ ଥିବା ଏକ କୁଡିଆ ରୁ ଶାଳ ଏବଂ ଶାଗୁଆନ କାଠ କୁ ଜବତ କରିଛି ବନ ବିଭାଗ I ଏହି ଚଢାଉ ଟି ଉତ୍ତର ବନ ଖଣ୍ଡ ଅଧିକାରୀ ନୀତେଶ କୁମାର ଙ୍କ ନିର୍ଦ୍ଧେଶ ରେ ହୋଇଥିବା ବେଳେ ନର୍ଲା ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ଙ୍କ ଦଳବଳ ସହିତ ନର୍ଲା ଥାନା ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ନେଇ ଦିନ ୧୧ ଘଣ୍ଟା ସମୟରେ ଉକ୍ତ କୁଡିଆ କୁ ଚଢାଉ କରିଥିଲେ I ଚଢାଉ ରେ ୧୨୬ ଖଣ୍ଡ କାଠ ତିଆରି ଦୁଆର ବନ୍ଧ ଜବତ କରାଯାଇଥିବା ବେଳେ କାଠ ମାଫିଆ ମଥୁରା ଛତ୍ରୀୟା ଙ୍କ ଦ୍ଵାରା ସ୍ଥାନୀୟ ଜଙ୍ଗଲ ରୁ ଚୋରା କାଠ କାରବାର ହେଉଥିବା ଜଣାପଡିଛି I 0 24 Share FacebookTwitterWhatsAppEmailFacebook MessengerTelegramPrint