Share କୋଶଲ ନ୍ୟୁଜ୍ ବ୍ୟୁରୋ : କଲମପୁର- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମଙ୍ଗଳପୁର ପେକ୍ସ ଅଧିନସ୍ତ ଧନଶୁଲି ଧାନମଣ୍ଡିରେ ମନୋମୂଖି କାରବାର ସହ ଦୁର୍ବ୍ୟବହାର କୁ ନେଇ ଆଜି ଶନିବାର ଦିନ ପେକ୍ସ କର୍ମଚାରୀ ଓ ଚାଷୀ ମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ଘଟି ମଣ୍ଡି ସମ୍ମୁଖରେ ଉତ୍ତେଜନା ଦେଖା ଦେଇ ଥିଲା । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ପେକ୍ସ କର୍ମଚାରୀ ମାନେ ଟୋକନ ଥାଇବି ଗତ ଡିସେମ୍ବର ମାସର ଧାନ ମଣ୍ଡିରେ ପଡି ରହି ଥିବାବେଳେ ଚଳିତ ମାସ ର ଧାନ ଉଠାଣ କରି ଦେଉଛନ୍ତି ।ଏନେଇ ପ୍ରତିବାଦ କଲେ ପେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିବା ସହ ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମଧ୍ୟ କଟୁ ମନ୍ତବ୍ୟ ପ୍ରଦାନ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।ପ୍ରକୃତ ଚାଷୀଙ୍କ ଧାନକୁ ୮ ରୁ ୧୦ ପର୍ଯ୍ୟନ୍ତ କଟା ଯାଉଥିବା ବେଳେ ଦଲାଲି ଧାନକୁ ତୁରନ୍ତ ଉଠାଣ କରାଯାଉଛି । ପେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଥାନୀୟ ବ୍ୟକ୍ତି ହୋଇଥିବାରୁ କାହାକୁ ଖାତିର ନ କରି ଏକଛତ୍ର ବାଦ ଚଲାଇଛନ୍ତି ବୋଲି ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି । ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗଯୋଗ କଲା ବେଳକୁ ସେ ଜିଲ୍ଲାପାଳ ମିଟିଙ୍ଗ ଡାକିଛନ୍ତି କହି ତରବରିଆ ଭାବେ ଉଭାନ ହୋଇ ଯାଇଥିଲେ । ଧାନ କ୍ରୟକାରି ଅଧିକାରୀ ଭାବେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀକୁ ନିୟୋଜିତ କରି ଏହି କରିତକର୍ମା ଅଧିକାରୀ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା କୁହାଯାଉଛି ।ଆଜି ଶନିବାର ଛୁଟି ଦିନ ହେତୁ ଅନ୍ୟ କୌଣସି ପଦାଧିକାରୀଧିକଙ୍କ ପ୍ରତିକ୍ରିୟା ମିଲି ପାରି ନାହିଁ ।ଅନ୍ୟପକ୍ଷେ ଆସନ୍ତା ୧୪ ତାରିଖରେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏହି ବ୍ଳକକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ମଣ୍ଡି ନିକଟରେ ଅବତରଣ କରିବାର ଧାର୍ଯ୍ୟ କରାଯାଇଛି । ତେବେ ଏହି ଅସନ୍ତୋଷ ଚାଷୀ ମାନଙ୍କ ରୋଷ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପ୍ରତିଫଳିତ ହେବ ନାହିଁ ତୋ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 0 10 Share FacebookTwitterWhatsAppEmailFacebook MessengerTelegramPrint