Share କୋଶଲ ନ୍ୟୁଜ୍ ବ୍ୟୁରୋ |କଳାହାଣ୍ଡି: ରାତିରେ ଜଣେ ୧୨ବର୍ଷ ନାବାଳକର ଚିକିତ୍ସା ଅବହେଳାରୁ ମୃତ୍ୟୁ କୁ ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଓ ଗାଁ ଲୋକେ । ମୃତକ ଜଣକ ହେଲେ ନର୍ଲାର ମନୋଜ ସେନାପତି। ଗତ କାଲି ବିଳମ୍ବିତ ରାତିରେ ମନୋଜର ପେଟରେ ବ୍ୟଥା ହେବାରୁ ତାକୁ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସ ମନୋଜକୁ ଗୋଟିଏ ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ। ଘରେ ପହଞ୍ଚିବାର କିଛି ସମୟପରେ ପୁଣି ମନୋଜ ଅସୁସ୍ଥ ଅନୁଭବ କରିବାରୁ ପୁଣି ତାକୁ ମେଡିକାଲକୁ ନେଇ ଥିଲେ। ହେଲେ ମେଡିକାଲରେ ମନୋଜର ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜଣେ ମାତ୍ର ଦନ୍ତ ଚିକିତ୍ସକ ଡାକ୍ତରଙ୍କ ଦ୍ୱାରା ଚାଲିଥିବା ବେଳେ ଡ଼ାକ୍ତର ଅଭାବରୁ ଚିକିତ୍ସା ହୋଇପରୁନଥିବାରୁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ତେଣୁ କ୍ଷତିପୂରଣ ଓ ଡାକ୍ତର ନିଯୁକ୍ତି ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ରାସ୍ତା ମଝିରେ ଭବାନୀପାଟଣା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। କଳାହାଣ୍ଡି ରୁ ବୁଦ୍ଧେଶ୍ୱର୍ ଚୌଧୁରୀ ଙ୍କ ରିପୋର୍ଟ, କୋଶଲ ନ୍ୟୁଜ୍ । 0 17 Share FacebookTwitterWhatsAppEmailFacebook MessengerTelegramPrint