Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ଯୁଜ୍ ବ୍ଯୁରୋ (୦୪/୦୨/୨୦୨୧) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଭାନପୁର ପେକ୍ସ ଅଧୀନରେ ଥିବା ଘୋଡାବନ୍ଧ ଧାନ ମଣ୍ଡିରେ ଯୋଗାଣ ବିଭାଗର ଚଢାଉ I ଚଢାଉରେ ୧୯୧ ବସ୍ତା ଧାନ ଜବତ କରିଛି ଯୋଗାଣ ବିଭାଗ I ଘୋଡାବନ୍ଧ ଗାଁର ଚାଷୀ ଗ୍ରୀବଧର ସାହୁଙ୍କ ଚାଷ ଜମି ବିବରଣୀ ଯାଞ୍ଚ କରିବା ସହ ବିକ୍ରୟ ସମୟରେ ପଞ୍ଜିକରଣ କରିଥିବା ଭାଗ ଚାଷର ବିବରଣୀ ସଠିକ ନଥିବା କାରଣ ରୁ ସଂଦେହ ରେ ଗ୍ରୀବଧର ସାହୁଙ୍କ ୧୯୧ ବସ୍ତା ଧାନକୁ ଜବତ କରିଛି ଯୋଗାଣ ବିଭାଗ I ଉକ୍ତ ଚଢାଉ ରେ ଏ.ସି.ଏସ୍.ଓ ଧୂମରାମ ମୁର୍ମୁ,ଯୋଗାଣ ନିରିକ୍ଷକ ସନ୍ତୋଷ ପ୍ରଧାନ, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ସୁଶାନ୍ତ ସ୍ଵାଇଁ, ପ୍ରଫୁଲ୍ଲ ଦାସ,ରାଜସ୍ଵ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତ ସହ ନର୍ଲା ପୋଲିସ ର ଉପସ୍ଥିତିରେ ଉକ୍ତ ମଣ୍ଡିର ଦଲାଲ ଉପରେ ଚଢ଼ାଉ କରିଥିବା ସୂଚନା ରହିଛି । 0 10 Share FacebookTwitterWhatsAppEmailFacebook MessengerTelegramPrint