Share କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ୱେବ ମେଡିଆ ସଙ୍ଘ ର ଆଜି ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ନିକଟ ଚୁରା ପାହାଡ଼ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବିଭିନ୍ନ ବ୍ଲକରୁ ୱେବ ମେଡିଆ ସାମ୍ବାଦିକ ମାନେ ଅଂଶ ଗ୍ରହଣ କରି ଆଲୋଚନା ଚକ୍ରରେ ଭାଗ ନେଇଥିଲେ।ଗୋଳାମୁଣ୍ଡା ବ୍ଲକ ସଭାପତି ରାମ ଚନ୍ଦ୍ର ସେନାପତି ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ,ସମ୍ପାଦକ ଓ କର୍ମକର୍ତ୍ତା ସମିତି ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହିଥିଲେ।ତେବେ ଆଜିର ଦିନରେ ସାମ୍ବାଦିକତା ପ୍ରତି ହେଉଥିବା ଅନ୍ୟାୟ ଭାବେ ଉପୁଜିଥିବା ସମସ୍ୟା ଉପରେ ବିସ୍କୃତ ଭାବେ ଆଲୋଚନା ହେବା ସାଙ୍ଗକୁ ତାର ସୁରକ୍ଷା ବ୍ୟବସ୍ଥା କୁ ନେଇ ଆଲୋପାତ ହୋଇଥିଲା। ପରବର୍ତ୍ତୀ ସମୟରେ ୱେବ ମେଡିଆ ର ଏକତା ପାଇଁ ସମସ୍ତେ ନିଷ୍ଠାପର ଭାବେ ସଙ୍ଘ କୁ ଆଗେଇ ନେବାକୁ ଜିଲ୍ଲା ସମ୍ପାଦକ ସଂଗ୍ରାମ କେଶରୀ ପାତ୍ର ଆହ୍ୱାନ କରିଥିଲେ। 0 17 Share FacebookTwitterWhatsAppEmailFacebook MessengerTelegramPrint