
କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଶବ୍ଦ ଓ ବାୟୁ ପ୍ରଦୂଷଣ କୁ ଲାଘବ କରିବାପାଇଁ ମ୍ୟୁନିସିପାଲଟି ତରଫରୁ ଆଉ ଏକ ପ୍ରଶଂସନୀୟ ଉଦ୍ୟମ ହାତକୁ ନିଆଯାଇଛି। ପୂର୍ବରୁ ସହରବାସୀ ଅଳିଆ ଆବର୍ଜ୍ଜନାକୁ ମନଇଚ୍ଛା ଏଣେତେଣେ ଯେପରି ପକାଇବେ ନାହିଁ ସେଥିପାଇଁ ପ୍ରତି ୱ୍ଵାର୍ଡକୁ ବୁଲିବୁଲି ଟ୍ରାକ୍ଟର ଓ ଟାଟା ମେଜିକ ଗାଡ଼ି ମାଧ୍ୟମରେ ଆବର୍ଜନା ସଂଗ୍ରହ କରାଯାଉଥିଲା। ବର୍ତ୍ତମାନ ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ସହରରେ ଆବର୍ଜନା ସଂଗ୍ରହ କରିବାକୁ ପଦକ୍ଷେପ ନିଆଯାଇଛି। ଫେବୃୟାରୀ ୩ ତାରିଖ ଦିନ ସ୍ଥାନୀୟ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଠାରେ ନୂତନ ଭାବେ ବ୍ୟାଟେରୀ ଚାଳିତ ଗାଡିର ଶୁଭ ଉଦ୍ଘାଟନ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଦ୍ଵାରା ହୋଇ ଯାଇଛି। ଏହି ଅବସରରେ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର , ଇଂ: ମଦନମୋହନ ରାଉତ, ସମିର କୁମାର ଠାକୁର . ପୌରପାଳିକା ଅନେକ ସଦସ୍ୟ ମାନେ ଏବଂ ସଫେଇ କର୍ମଚାରୀ ଅନେକ ମଧ୍ୟ ଥିଲେ ।


