Share କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୬ତମ ରାଷ୍ଟ୍ରୀୟ ଅଧିବେଶନ ଗତ ୨୫, ୨୬ ତାରିଖରେ ମହାରଷ୍ଟ୍ରର ନାଗପୁର ସହର ସ୍ଥିତ ଡକ୍ଟର ହେଡଗେବାର ସ୍ମୃତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଷ୍ଟ୍ରୀୟ ସଭାପତି ଭାବରେ ଗୁଜୁରାଟର ଛଗନଭାଇ ନାନାଳିଭାଇ ପଟେଲଙ୍କୁ ନୂତନ ଭାବେ ଦାୟିତ୍ବ ଦିଆଯାଇଥିବାବେଳେ, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ଭାବରେ ଜେଏନୟୁର ଛାତ୍ରୀନେତ୍ରୀ ସୁଶ୍ରୀ ନିଧି ତ୍ରିପାଠୀଙ୍କୁ ପୁନଃ ଦାୟିତ୍ବ ଦିଆଯାଇଛି । ଏହି ଅଧିବେଶନରେ ସାରା ଭାରତରୁ ପ୍ରତ୍ୟକ୍ଷ ଭାବରେ ୧୮୪ ଜଣ ଯୋଗ ଦେଇଥିଲାବେଳେ , ପରୋକ୍ଷ ଭାବରେ Virtual ମାଧ୍ୟମରେ ଏକ ଲକ୍ଷ ଦୁଇ ହଜାର ୧,୦୨,୦୭୨ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅଧିବେଶନରେ ଦେଶର ଶିକ୍ଷା ସ୍ଥିତି ଓ ସାମାଜିକ ସ୍ଥିତିକୁ ନେଇ ମୋଟ ୪ଗୋଟି ପ୍ରସ୍ତାବ ପାରିତ ହୋଇଥିଲା । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦କୁ ପାରିତ କରିବା । ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାନୀତିର ଭାବନା ଅନୁରୂପ ଶୀଘ୍ରାତିଶୀଘ୍ର କ୍ରିୟାନୁୟନ ପାଇଁ ପ୍ରଥମ ପ୍ରସ୍ତାବରେ ଦାବି କରାଯାଇଛି । ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ବେହେରାଗୁଡା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ Apr 5, 2025 ଓଡିଶା ସମେତ ମହାରାଷ୍ଟ୍ର, ପଶ୍ଚିବଙ୍ଗ ତଥା କେରଳରେ ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭ ମିଡିଆର ସ୍ଵର ଦବାଇବା ପାଇଁ ସରକାରୀ କଳ ତରଫରୁ ହେଉଥିବା ପ୍ରୟାସକୁ ଦୃଢ଼ ନିନ୍ଦା କରାଯିବା ସହିତ ୨୦ ୨୧ ଜନଗଣନା ସମସ୍ତ ନାଗରିକଙ୍କୁ ସକ୍ରିୟତାର ସହ ସମସ୍ତ ଷଡଯନ୍ତ୍ରକାରୀ ତତ୍ତ୍ୱମାନଙ୍କ ଗତିବିଧିକୁ ଜୁଟି ଭାଗନେବା ପାଇଁ ଅପିଲ କରାଯାଇଛି । ପ୍ରସ୍ତାବ କଂ-୩ରେ ଆତ୍ମନିର୍ଭର ଭାରତ ଆହ୍ବାନ ଦେଶ ପାଇଁ ଏକ ଆବଶ୍ୟକତା, ଏବଂ ତାକୁ ସଫଳ କରିବା ପାଇଁ ଯୁବଶକ୍ତିର ପ୍ରୟାସ ଜରୁରୀ ଥିବା ନେଇ ମୟ ପ୍ରକାଶ ହୋଇଛି । ସେହିପରି ସ୍ୱଦେଶୀ ଜ୍ଞାନ କୌଶଳର ଉପଯୋଗରେ ଅନ୍ତରୀକ୍ଷ ଏବଂ ସୁରକ୍ଷା ଉପକରଣ ପ୍ରସ୍ତୁତ ଦିଗରେ ଭାରତ ଅଗ୍ରଗତି କରୁଛି ଯାହା ଯୁବ ମାନଙ୍କୁ ପ୍ରେରଣା ଦେଉଛି , ଆତ୍ମ ନିର୍ଭର ଦ୍ଵାରା ଭାରତକୁ ସମୃଦ୍ଧଶାଳୀ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି । ଏହା ସହ ବିଶିଷ୍ଟ ସଂସ୍କୃତି ଓ ଜୀବନ ପଦ୍ଧତି ଦ୍ଵାରା କରୋନା ମହାମାରୀରୁ ଭାରତ ବିଜୟ ପାଉଥିବା ନେଇ ୪ର୍ଥ ପ୍ରସ୍ତାବ ପାରିତ ହୋଇଛି। ଏଥିରେ ସେବାଭାରତୀ, ଗୁରୁଦ୍ୱାର ଏବଂ ଅନ୍ୟ ସେବା ସଙ୍ଗଠନମାନଙ୍କ ଭୂମିକାକୁ ପ୍ରଶଂସା କରାଯାଇଥିବାବେଳେ, ସାର ବିଶ୍ୱ ନିମନ୍ତେ ଭଳି ଭାରତୀୟ ଶୈଳୀକୁ ଆପଣେଇବା। ଭାରତର ବଢୁଥିବା ପ୍ରଭାବକୁ ଦର୍ଶାଉଛି । ଏହି ଅବସରରେ ଓଡିଶାରୁ ୧୦ ଜଣଙ୍କୁ ଦାୟିତ୍ୱ ମିଳିଛି । ଗୋବିନ୍ଦ ନାୟକଙ୍କୁ ପରିଷଦର ସର୍ବଭାରତୀୟ ଜନଜାତି ଛାତ୍ର ପ୍ରମୁଖ ସହିତ ପୂର୍ବକ୍ଷେତ୍ର ସଂଗଠନ ସମ୍ପାଦକ ଦାୟିତ୍ଵ ମିଳିଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ନେତ୍ରୀ ସୃତିସୁଧା ସାହୁଙ୍କୁ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ଦାୟିତ୍ବ ମିଳିଛି । ଓଡିଶାର ପ୍ରାନ୍ତ ସଂଗଠନ ସମ୍ପାଦକ ଭାବେ ଶ୍ରୀମାନ ଅଭିଳାଷ ପଣ୍ଡାକୁ ଦାୟିତ୍ଵ ମିଳିଛି । ସେହିପରି ଛଅ ଜଣଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ଵ ମିଳିଛି । ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ନେତା ସଂଜୟ ମଲ୍ଲିକ, ବାଲେଶ୍ବର ଛାତ୍ର ନେତା ସୌଭାଗ୍ୟ ମହାନ୍ତି, ୟୁନିଭରସିଟି ଲ କଲେଜର ଛାତ୍ରୀ ନେତ୍ରୀ କବିତା କଅଁର, ଏନଆଇଟି ରାଉରକେଲାର ଛାତ୍ର ନେତା ବିକାଶ ନାୟକ, ଜି ଏମର ଛାତ୍ର ନେତା ସୌମ୍ୟ ବଡ଼ପଣ୍ଡା, ଏସସିବି ମେଡିକାଲର ଡାକ୍ତର ଜ୍ୟୋର୍ତିମୟ ନାୟକଙ୍କୁ ଏହି ଦାୟୀତ୍ବ ମିଳିଛି । ପଟିଆ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସ୍ଥାୟୀ ସଦସ୍ୟ ଦାୟିତ୍ବ ମିଳିଛି । ଏବିଭିପି ରାଜ୍ୟ ସହ ସମ୍ପାଦକ ବୁଦ୍ଧଦେବ ବାଘ କହିଛନ୍ତି ଯେ ସାମାଜିକ ଦୁରତ୍ଵ ଓ ସମ୍ପୂର୍ଣ୍ଣ ସାନି ଟାଇଜ୍ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ଖୋଳିବା ଓ ଫି ହ୍ରାସ କରିବା ପାଇଁ ଏବିଭିପି ଦାବି କରୁଛି ବୋଲି ପ୍ରେସ ମିଟ୍ ରେ ରାଜ୍ୟ ସହ ସମ୍ପାଦକ ବୁଦ୍ଧଦେବ ବାଘ କହିଛନ୍ତି।ଏହି ପ୍ରେସ ମୀଟ ରେ ରାଜ୍ୟ ସହ ସମ୍ପାଦକ ବୁଦ୍ଧଦେବ ବାଘ ,ବିଭାଗ ସୋସିଆଲ ମିଡ଼ିଆ ପ୍ରମୁଖ ମୁକେଶ ବେହେରା ,ଜିଲ୍ଲା ସଂଯୋଜକ ପୁରୁଷୋତ୍ତମ ବିଶି ଓ ନଗର ସମ୍ପାଦକ ଅଭିଷେକ ନାୟକ ଉପସ୍ଥିତ ଥିଲେ । 0 9 Share FacebookTwitterWhatsAppEmailFacebook MessengerTelegramPrint