Share କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ତିନି ଜଣ ଲୋକ ଜନୈକ ସାମ୍ବାଦିକ ଙ୍କ ଘରେ ପଶି ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଆକ୍ରମଣ କରିବା ଘଟଣା ର ତଦନ୍ତ ବଦଳରେ ପୋଲିସ ଅଭିଯୋଗ କାରୀ ଙ୍କୁ କେଶ୍ ରଫାଦଫା ପାଇଁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି ଏତଲା କାରୀ ସଂଜୟ ସିଂ। ସୂଚନା ରୁ ଜଣାଯାଏ ଯେ ଗତ ପାଞ୍ଚ ତାରିଖ ରାତିରେ ମୁଖିଗୁଡ଼ା ଗ୍ରାମ ପୁରୁଣାପଡା ର କିଛି ବ୍ୟକ୍ତି ସଂଜୟ ଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମାରପିଟ୍ କରିବାରୁ ତୁରନ୍ତ ଶ୍ରି ସିଂ ମୁଖିଗୁଡ଼ା ଫାଣ୍ଡି ଅଧିକାରୀ ଙ୍କୁ ଫୋନ ରେ ସୂଚନା ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ମାନେ ଫାଣ୍ଡି ଅଧିକାରୀ ଙ୍କ ଉପସ୍ଥିତି ରେ ମଧ୍ୟ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଗାଳି ଗୁଲଜ ଓ ଅସଦାଚରଣ କରିବା ସହ ଆକ୍ରମଣ କରିବାରୁ ସଂଜୟ ଙ୍କ ସ୍ତ୍ରୀ ଗୀତାଞ୍ଜଳି ସିଂ ଜୟ ପାଟଣା ଥାନା ରେ ଏତଲା କରିଥିଲେ। ଫାଣ୍ଡି ଅଧିକାରୀ ପ୍ରେମଚାନ୍ଦ ସାହୁ ଅଭିଯୋଗ କାରୀ ସିଂ ଙ୍କୁ କେଶ୍ କରି ଆଜୀବନ ସଜା କରେଇ ଲାଇଫ କଂଡମ କରି ଦେବି ବୋଲି ଧମକ ଦେବାରୁ ସଞ୍ଜୟ ଜୟପାଟଣା ଥାନାରେ ଏତଲା ଦାଖଲ କରିଥିଲେ। ଏତଲା ର ତଦନ୍ତ ପରିବର୍ତେ ଏତଲା କାରୀ ଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ରେ ଅଟକ ରଖି ମାମଲା ରଫାଦଫା ପାଇଁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି l ସଞ୍ଜୟ ସିଂ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଲି। ବର୍ତ୍ତମାନ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପରିବାର। କେଉଁ କାରଣରୁ ପୋଲିସ ଘଟଣା କୁ ଚପେଇ ଦେବା ଉଦ୍ୟମ କରୁଛି ତାହା ରହସ୍ୟାବୃତ୍ତ ହୋଇଥିବା ବେଳେ ଘଟଣା ର ତଦନ୍ତ କରିବା ସହ ପରିବାର କୁ ସୁରକ୍ଷା ଦେବା ପାଇଁ ଜଣ ସାଧାରଣ ରେ ଦାବି ହେଉଛି। 0 11 Share FacebookTwitterWhatsAppEmailFacebook MessengerTelegramPrint