Share କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଅଭାବୀ ଧାନ ବିକ୍ରି ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡିରହିଥିବା ଯୋଗୁଁ ଚାଷୀ ମୁଣ୍ଡରେ ଏକପ୍ରକାର ଚଡ଼କ ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏନେଇ ରାଜ୍ୟ ବିଜେପି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଭବାନୀପାଟଣା ସାର୍କୀଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଆଗାମୀ ଦିନରେ ଚାଷୀ ଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ନାଏକ ରାଜ୍ୟ ସରକାରଙ୍କ ନୀତିର ଦୃଢ଼ ସମାଲୋଚନା କରି ଅଭାବୀ ଧାନ ବିକ୍ରି ସରକାରଙ୍କ ଅପାରଗତା ଓ ମନୋମୁଖୀ ଶାସନର ନମୂନା ବୋଲି କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ଆଜି ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି। ତେବେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କାଦୁଆ ଫିଙ୍ଗା ନୀତି ଯୋଗୁଁ ଚାଷୀ ପେଷି ହୋଇ ଯାଉଥିବା ପରିତାପର ବିଷୟ ବୋଲି ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଧାନ ମଣ୍ଡି ରେ ଅବ୍ୟବସ୍ଥା ନେଇ ବିରୋଧୀଦଳ ନେତା ଙ୍କ ସାମ୍ବାଦିକ ସମ୍ମିଳନୀ ।ମଣ୍ଡି ରେ ଜାରି ରହିଛି ଅଚଳାବସ୍ଥା | ମଣ୍ଡି ପରିଚାଳନା ରେ ଓଡିଶା ସରକାର ଫେଲ ମାରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି | ଆଜି ବି ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ର କଷ୍ଟ ଉପାର୍ଜିତ ଧାନ । ମଣ୍ଡି ରେ ପଡି ରହିଛି ସହ ସହ ବସ୍ତା ଧାନ । ଅନ୍ୟ ପଟେ କଟନି ଛଟନି ଚାଷୀ ପାଇଁ ବେଡି ଉପରେ କରୋଡା ମାଡ଼ । ମଣ୍ଡି ରୁ ଧାନ ନ ଉଠିବା ତଥା ମଣ୍ଡି ରେ ଅବ୍ୟବସ୍ଥା କୁ ପ୍ରସଙ୍ଗ ରେ ଆଜି ସ୍ଥାନୀୟ ଭବାନିପାଟଣା ସାର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୦୫ ତାରିଖ ମଧ୍ୟରେ ମଣ୍ଡି ଗୁଡିକ ରେ ଧାନ କ୍ରୟ ନ ହେଲେ ଜିଲ୍ଲା ର ସମସ୍ତ ମଣ୍ଡି ସାମ୍ନାରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ବିରୋଧିଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦିପ୍ତ ନାଏକ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗଣଧାରଣା ର ୭୨ ଘଣ୍ଟା ମଧ୍ୟରେ ବି ଦାବି ପୁରଣ ନ ହେଲେ ମଣ୍ଡି ର ସାମ୍ନା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କୁ ଅବରୋଧ ନିଷ୍ପତ୍ତି ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଉପାଧ୍ୟାକ୍ଷ ଭବସିନ୍ଧୁ ମଙ୍ଗରାଜ, ଉପସଭାପତି ପ୍ରଶାନ୍ତ ସାହୁ, ସାଧରଣ ସମ୍ପାଦକ ଯୁଗଳ ପୋଢ଼, ଜୟଶଙ୍କର ନାୟକ, କୃଷକ ମୋର୍ଚ୍ଚା ସଭାପତି ବସନ୍ତ ପୁରୋହିତ, ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ରମେଶ ମାଝୀ, ପ୍ରଦୀପ ନାୟକ, ଭାନୁ ପ୍ରକାଶ ରଥ, ଭଣ୍ଡେଶ୍ୱର ମହାପାତ୍ର, ନରହରି ପଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।। 0 20 Share FacebookTwitterWhatsAppEmailFacebook MessengerTelegramPrint