Share ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ନବକୁଣ୍ଡିୟ ମହାବିଷ୍ଣୁଯଜ୍ଞ ଲାଗି କଳସ ଯାତ୍ରା Mar 28, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ନୁଆଁଡିହ ପଞ୍ଚାୟତ ଅନ୍ତର୍ଗତ ଫୁଲଝରୀ ଗ୍ରାମକୁ ଡାକ ବିଭାଗ ପକ୍ଷରୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷଣା , ଏହି ଅବସରରେ ନୁଆଡିହ ଡାକ ଶାଖାର ଡାକ ମାଷ୍ଟର ଦୁଷ୍ମନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଫୁଲଝାରୀ ଗ୍ରାମ ର ସଭା ଗୃହ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମ ରେ ନୁଆଡିହ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅମୂଲ୍ୟ ବେହେରା ଓ ଡାକ ମାଷ୍ଟର ଦୁଷ୍ମନ୍ତ ପ୍ରଧାନ ଙ୍କ ସହିତ ଗ୍ରାମ ର ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ଆଲୋକପାତ କରିଥିଲେ , ଏହି ଗ୍ରାମରେ ଥିବା ୧ ବର୍ଷ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଥିବା ସମସ୍ତ ଶିଶୁକନ୍ୟା ଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ରେ ସାମିଲ୍ କରାଯାଇଥିବାରୁ ଏହି ଗ୍ରାମ କୁ ଡାକ ବିଭାଗ ପକ୍ଷରୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷଣା କରାଯାଇଛି। 0 14 Share FacebookTwitterWhatsAppEmailFacebook MessengerTelegramPrint