ଉଟୁଣିଆଁ ପ୍ରେମାନନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଓ ଉତ୍ସବ ଉଦଯାପିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ପ୍ରେମାନନ୍ଦ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ଓ ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରେମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଯୁକ୍ତ ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ତତ୍ବାବଧାନରେ ଏହି ବାର୍ଷିକ କ୍ରିଡ଼ା ଓ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଟୁଣିଆଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ସମିତି ସଭ୍ୟା ଶ୍ରୀମତୀ ସୁମିତା ପ୍ରଧାନ ମାନବାଧିକାର ପରିଷଦର କାର୍ଯ୍ୟତ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ । ଖେଳ ପରିଚାଳନା ଖେଳ ଶିକ୍ଷକ ରବିନ୍ଦ୍ର ପ୍ରଧାନ ଓ ବିଦ୍ୟାଳୟର ଶିକ୍ଷକ ପତିତପାବନ ଗଡ଼ନାୟକ ଦାୟିତ୍ୱରେ ରହିଥିଲେ। ବିଦ୍ୟାଳୟର ଶିକ୍ଷକ ଗୁରୁଚରଣ ମାଝୀ, ଗିରିଶ ସାହୁ, ତ୍ରିନାଥ ବେହେରା, ରାଜେନ୍ଦ୍ର ସତପଥୀ, କୁନୀ ପ୍ରଧାନ ଓ ବିଦ୍ୟାଳୟର କର୍ମଚାରୀ ପୋଲସ୍ତି ସାହୁ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଆଜିର ଉଦଯାପନୀ ଉତ୍ସବ ଓ ବାର୍ଷିକ କ୍ରିଡ଼ାରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର-ଛାତ୍ରୀ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଯୁକ୍ତ ରାଜେନ୍ଦ୍ର ଶତପଥୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments
Loading...