ଦେବଗଡ ଜିଲ୍ଲାରେ କରୋନା ଦ୍ବିତୀୟ ଲହର ସଂକ୍ରମଣ ଥମିବାର ନାଁ ନେଉ ନଥିବା ବେଳେ । ଆଜି ଦେବଗଡ ଆଦର୍ଶ ଥାନାରେ କାର୍ଯ୍ୟରତ ଦୁଇ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଦେବଗଡ ଆଦର୍ଶ ଥାନାରେ ଆବଶ୍ୟକ ଅନୁଯାୟୀ ପୋଲିସ ଅଧିକାରୀ ଓ କର୍ମଚାରୀ ନଥିବା ବେଳେ ମାତ୍ର ତିନିଜଣ ଅଧିକାରୀଙ୍କୁ ନେଇ ଥାନା କାର୍ଯ୍ୟକ୍ଷମ ଥିବାବେଳେ କନେଷ୍ଟବଳ ଓଏପିଏଫ୍ ଓ ଗ୍ରୁହରକ୍ଷୀଙ୍କୁ ନେଇ ଥାନା ଚାଲିଥିବା ବେଳେ ଗୋଟିଏ ଦିନରେ ଦୁଇ ଓଏପିଏଫ୍ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଆଦର୍ଶ ଥାନାରେ ଦୁର୍ଦ୍ଦଶା ବଢ଼ିଯାଇଛି ।
