ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟଠାରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ୟରେ ଓଡିଆ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଗୋବର୍ଦ୍ଧନ ମଠ ପୁରୀର ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତିରେ ଆଦିଶଙ୍କରାଚାର୍ଯ୍ୟ ଶୀର୍ଷକ ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀଙ୍କୁ ବହୁସାରଗର୍ଭକ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ର ଓ ପଣ୍ଡିତ ସଞ୍ଜୀତ କୁମାର ଶତପଥୀ ବେଦପାଠ କରିଥିବାବେଳେ ଛାତ୍ରଛାତ୍ରୀମାନେ ଶ୍ରୀଜଗନ୍ନାଥାଷ୍ଟକ ପାଠ କରିବା ଅବସରରେ ଅତିଥିମାନେ ଶ୍ରୀଜଗନ୍ନାଥ,ଜଗତ ଗୁରୁ ଆଦିଶଙ୍କରାଚାର୍ଯ୍ୟ, ଶିବାନନ୍ଦଙ୍କ ଠାରେ ପ୍ରଦୀପ ପ୍ରଜ୍ଜାଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଅଭୟ କୁମାର ସାହୁ, ଡଃ ଉମାକାନ୍ତ ସାହୁ,ସତୀଶ କୁମାର ମହାପାତ୍ର, ଯଦୁମଣି ସାହୁ, ରଘୁନାଥ ରାଉତ,ମାନସ ରଞ୍ଜନ ମହାପାତ୍ର, ସନ୍ତୋଷ ରାଉଳ ଅଧ୍ୟାପିକା ମୁକ୍ତାଞ୍ଜଳୀ ନନ୍ଦ ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ପିପନ୍ କୁମାର ସେଠୀ, ଇନ୍ଦ୍ରମଣି ମାଝୀ, ଅର୍ଜୁନ ସାହୁ, ଅଜିତ ପାତ୍ର, ଶରତ ବେହେରା, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l