ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାଦ୍ବାରା ପୋଷ୍ୟଗ୍ରାମ ସଙ୍ଘାପଶିଠାରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦ ଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ତଥା ସଭାପତିତ୍ବରେ ମହାବିଦ୍ୟାଳୟର ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ,ଅଭୟ ସାହୁ, ଡଃ ଉମାକାନ୍ତ ସାହୁ, ସତୀଶ କୁମାର ମହାପାତ୍ର, ରଘୁନାଥ ରାଉତ ଆଦି ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ ଶୃଙ୍ଖଳାରସହ କାର୍ଯ୍ୟ କରିବାକୁ ପ୍ରେରଣାପ୍ରଦ ଉପଦେଶମାନ ଦେଇଥିଲେ ।
ସ୍ବେଚ୍ଛାସେବୀ ଜ୍ଞାନେନ୍ଦ୍ର ବାରିକ, ମନୀଷା ବେହେରା ଶିବିର ଅନୁଭୁତି ପ୍ରକାଶ କରିଥିଲେ ।
କର୍ଣ୍ଣାଟକ ରାଜ୍ୟସ୍ଥିତ ଗୁଲବର୍ଗ ୟୁନଭର୍ସିଟି,କଲବୁରଗୀ ଠାରେ ଅନୂଷ୍ଠିତ ନେସନାଲ୍ ଇଣ୍ଟିଗ୍ରେସନ୍ କ୍ୟାମ୍ପରେ ଯୋଗଦେଇଥିବା ଛାତ୍ରୀ ବିପସ୍ବିନୀ ଘଡୁଇ, ବୁଦ୍ଧେଶ୍ବରୀ ସାହୁ, ମଞ୍ଜୁଲତା ସେଠୀ ଆଦିଙ୍କୁ ପ୍ରମାଣପତ୍ର,ଟ୍ରଫି, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉକ୍ତ ଶୀତକାଳୀନ ସ୍ବତନ୍ତ୍ର ଶିବିରରେ ଯୋଗଦେଇଥିବା ୮୦ଜଣ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରୁ ବାଳିକା ବିଭାଗରେ ଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ରୀ ଗାୟତ୍ରୀ ପ୍ରଧାନ, ଉପଶାସ୍ତ୍ରୀ ଦ୍ବିତୀୟ ବର୍ଷର ଛାତ୍ରୀ ପୁଷ୍ପଲତା ମାଝୀ, ବାଳକ ବିଭାଗରେ ଉପଶାସ୍ତ୍ରୀ ଦ୍ବିତୀୟ ବର୍ଷର ଛାତ୍ର ଗୋୖରବ ଶିବାନନ୍ଦ ଦାଶ, ଜ୍ଞାନେନ୍ଦ୍ର ବାରିକ, ଦିବ୍ୟ ରଞ୍ଜନ ସାହୁଆଦିଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ସ୍ବେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ମହାବିଦ୍ୟାଳୟପରିସରରେ ଥିବା ଶ୍ରୀରାମେଶ୍ବରଙ୍କର ପୂଜକ ପଣ୍ଡିତ ସଞ୍ଜିତ କୁମାର ଶତପଥି ଉତ୍ସବପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜାଳନ ସମୟରେ ବୈଦିକ ମଙ୍ଗଳା ଚରଣ କରିଥିବାବେଳେ ମହାବିଦ୍ୟାଳୟର ବେଦ ଅଧ୍ୟାପକ ତଥା ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ତନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ତଥା ଉକ୍ତ ସପ୍ତାହବ୍ୟାପୀ ଶିବିରର ବିବରଣୀ ପାଠ କରିଥିଲେ ।
ଉକ୍ତ ଶିବିରରେ ମନୋଜ କୁମାର ସାହୁ, ନରୋତ୍ତମ ସାହୁ,ପିପନ ସେଠୀ,ଶରତ ବେହେରା, ପ୍ରମୋଦ ମହାପାତ୍ର , ସ୍ଵେଚ୍ଛାସେବୀ ଆଶିଷ, ରୀତେଶ, ଗୋୖରବ, ସମ୍ବିତ, ଜ୍ଞାନ, ଶେଖର, ଜ୍ୟୋତ୍ସ୍ନା, ମନୀଷା, ଚୁମକୀ,ମୋନା,ଲୁସି, ପୂଜାଲିନ୍, ଜସ୍ମୀନ୍, ପ୍ରମିଳା,ପିଙ୍କି, ଲେଗୁନ୍, ଇପ୍ସିତା,ବୁଦ୍ଧେଶ୍ବରୀ,ବବିତା, ପୂଜା, ପ୍ରତିମା,କ୍ରିଷ୍ଣା, ଗାୟତ୍ରୀ,ଶିବାନୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସମସ୍ତଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରାଯାଇଥିଲା ।
