ମନରେଗା ଯୋଜନାରେ ମହାଦୂର୍ନିତୀ ଖବର ପ୍ରସାରଣ କଲେ ସରପଞ୍ଚ ମହାଶୟା ଦେଖାଉଛନ୍ତି ନାଲି ଆଖି

ଦେବଗଡ଼ (କୋଶଲ ନ୍ୟୁଜ୍): ମନରେଗା ଯୋଜନାରେ ମହାଦୂର୍ନିତୀ ଖବର ପ୍ରସାରଣ କଲେ ଖାଇବ ଚପଲ ମାଡ଼ ଏ କଥା ଆମେ କହୁନୁ କୁହନ୍ତି ସରପଞ୍ଚ ମହାଶୟା। ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପକ୍ଷରେ ଅଳ୍ପ ଖର୍ଚ୍ଚରେ ମେସିନ ମାଧ୍ୟମରେ କାମ କରି ଠିକାଦାର ହେଉଛନ୍ତି ମାଲେମାଲ୍ । ୨୦୦୫ ର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିୟମ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ପାଶ୍ୱ ପରିଦର୍ଶନ ପରେ ବ୍ୟୟ ଅଟକଳ ଆକଳନ କରାଯାଇ କାର୍ଯ୍ୟର ସୂଚନା ଫଳକ ପ୍ରଥମେ ଲଗାଇ କାର୍ଯ୍ୟ ଆରମ୍ଭ କରିବା ଏବଂ କୈାଣସି ଯାନ୍ତ୍ରିକ ମେସିନ ନିଷେଦ୍ଧ ରହିଛି । କିନ୍ତୁ ଆଜିକାଲି କେତେକ ମୁଷ୍ଟିମେୟ ଅର୍ଥ ହଡ଼ପ ଲାଳସା କାରିଙ୍କ ପାଇଁ ଏହା କେବଳ କାଗଜ କଲମରେ ସୀମିତ ରହିଛି । ବର୍ତମାନ ଆମେ ଯେଉଁ ଚିତ୍ର ଦେଖାଉଛୁ ଏହା ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମର ମନରେଗା ଯୋଜନାରେ ହେଉଥିବା କାମ। ବାବାଜୀମଠ ଗ୍ରାମର ଜଙ୍ଗଲ ରେ ହେଇଛି ଗୋଟିଏ ଥର ଗାଡୁଆଲ୍ କାମ ବିଲ୍ ହେଉଛି ଥରକୁ ଥର। ଏଠି ଆପଣ ମାନେ ଦେଖନ୍ତୁ ଗୋଟିଏ କାମକୁ ଥରେ ନୁହଁ କି ଦୁଇ ଥର ନୁହେଁ ଗୋଟିଏ କାମକୁ ତିନି ତିନି ଥର ବିଲ୍ କରା ଯାଉଛି। ଏଭଳି ଖବର ପାଇ ଆମର କିଛି ଗଣମାଧ୍ୟମ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ଦେଖି ପଚାରିବା ରୁ ଠିକାଦାର କହୁଛନ୍ତି କି ପୂର୍ବରୁ ଯେଉଁ ସୂଚନା ଫଳକ ହେଇଥିଲା ତାହା ହାତୀ ଭାଙ୍ଗି ଦେଇଛି ତେଣୁ ଆଉ ଥରେ ନୂତନ ସୂଚନା ଫଳକ ତିଆରି କରୁଛୁ । ଆପଣମାନେ ଥରେ ଏହି ଚିତ୍ରକୁ ଦେଖନ୍ତୁ ହାତୀ କେବେ ସୂଚନା ଫଳକ ଭାଙ୍ଗି ଏମିତି ପ୍ରମାଣ ଲୁଚାଇ ପାରିବ କି ? ଯାହା ଜଣାପଡ଼ୁଛି କାର୍ଯ୍ୟ ପରିଦର୍ଶନ ରେ ଥିବା ବାବୁମାନେ ସଠିକ୍ କାର୍ଯ୍ୟ କରୁ ନାହାନ୍ତି। କରିବେ କେମିତି ଆଜ୍ଞା ତାଙ୍କ ପାଇଁ ପା ପଞ୍ଚାୟତ କାର୍ଯ୍ୟାଳୟରେ ହୁଏ ସମସ୍ତ ବ୍ୟବସ୍ଥା । ଏହା ପଞ୍ଚାୟତ କାର୍ଯ୍ୟାଳୟ ତ ନୁହେଁ ଏଠି ହୁଏ ହୋଟେଲ୍ ବାର୍ ଭଳି ସମସ୍ତ ବ୍ୟବସ୍ଥା। ଏଭଳି ସମସ୍ୟା କଥା କହିଲେ ଟିହିଙ୍କି ଉଠନ୍ତି ସରପଞ୍ଚ ମହାଶୟା ରଶ୍ମୀତା ମ୍ୟାଡାମ୍ । ସରପଞ୍ଚ ମହାଶୟା ଘର କାମରୁ ଫୁର୍ ସତ ମିଳେ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ସ୍ବାମୀ ଚଳାନ୍ତି ବିଶ୍ୱାସ ହେଉନାହିଁ ଯଦି କେବେ ଅଚାନକ ନିଜେ ଜିଲ୍ଲାପାଳ କୈାଣସି ସୂଚନା ନ ଦେଇ ଥରେ ଦେଖି ଆସନ୍ତୁ। ତେବେ ଏ ନେଇ ନିଜେ ଜିଲ୍ଲାପାଳ ଏହାରି ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣ ରେ ଦାବୀ ହେଉଛି।

Comments
Loading...