ରିଆମାଳ ବିଡିଓ ଓ ଚେୟାରମେନ ହାତାହାତି ଥାନାରେ ପହଁଞ୍ଚିଲା ମାମଲା

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅଧ୍ୟକ୍ଷା ଏବଂ ବିଡିଓ କୌଣସି କଥାକୁ ନେଇ ହାତାହାତି ହୋଇ ମାମଲା ଥାନାରେ ପହଁଞ୍ଚିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ରିଆମାଳ କଲ୍ୟାଣ ମଣ୍ଡପ ଠାରେ ପ୍ରଶାସନ ପକ୍ଷରୁ ଏକ ଭିନ୍ନକ୍ଷମ ଶିବିର ଆୟଜନ କରାଯାଇଥିଲା । ଏହି ଶିବିରରେ ଅତିଥି ଭାବେ ରିଆମାଳ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀ ଉପାଧ୍ୟକ୍ଷ ବୌକୁଣ୍ଠ ନାଥ ପାଇକରାୟ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ପରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହାତୀ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପାଇକରାୟ ସମେତ ଏକାଧିକ ସମିତି ସଦସ୍ୟମାନେ ବିଡିଓ ଶ୍ରୀ ଜୟପୁରିଆଙ୍କୁ ରିଆମାଳ ପଞ୍ଚାୟତ ସମିତିର କେତେକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ । ଅନୁରୋଧ କରିବାରୁ ବିଡିଓ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କରିବା ସହ ମୁଁ ଜିଲ୍ଲାପାଳଙ୍କ ନିଜ ଲୋକ ତୁ ମୋର କିଛି କରିପାରିବୁନି କହି ଧକ୍କାଦେଇ ବାହାରକୁ ଠେଲି ଦେଇଥିଲେ । ଏହା ସହ ଜୀବନରୁ ତୋତେ ମାରିଦେବି କହି ଧମକ ଦେଇଥିଲେ । ଏନେଇ ବ୍ଲକ ଅଧ୍ୟକ୍ଷା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ରିଆମାଳ ପୋଲିସ ବିଡିଓଙ୍କ ବିରୋଧରେ ମାମଲା ରୁଜୁ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments
Loading...