ଦେବଗଡ଼ (କୋଶଲ ନ୍ୟୁଜ୍): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ପଞ୍ଚାୟତ ଅନ୍ତର୍ଗତ ଭାଇଭଉଣୀ ଜଳପ୍ରପାତ ନିକଟରେ ଆଜି ସାଇ ବାବା ମନ୍ଦିର ପ୍ରତିଷ୍ଠା ରତ୍ନମୁଦ ଉତ୍ସବ ହୋଇଯାଇଛି। ସାଇ ମନ୍ଦିର ପରିଚାଳନା କମିଟିର ଧନଜୟ ପ୍ରଧାନ ଓ ପ୍ରଦୀପ ପ୍ରଧାନ କର୍ତ୍ତା ଭାବେ ରହିଥିବା ବେଳେ ମନ୍ତ୍ରପାଠ ଇନ୍ଦ୍ର ଇନ୍ଦ୍ରାଣୀ ପୂଜା ସୁଦର୍ଶନ ପତି କରିଥିଲେ । ଠିଆନାଳ, ସଙ୍ଗାପୋଷି, ପଳସାବାହାଳୀ, ଓ ଛେଣ୍ଡିପଦା ର ବାହାଳସାହି ଓ ହାଣ୍ଡିଗୁଡା ରୁ ଆସିଥିବା ସଂକ୍ରିର୍ତ୍ତନ ମଣ୍ଡଳୀ ଭଜନ କୀର୍ତ୍ତନ କରି ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥିଭାବେ ରିଆମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଧୁସୂଦନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଲିଙ୍ଗରାଜ ସାହୁ, ଲଳିତ ମୋହନ ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ତପନ କୁମାର ପ୍ରଧାନ, ନିଲେଶ ଅନିରୁଦ୍ଧ ନାୟକ, ବିରେନ ପ୍ରଧାନ ରମଣୀ କାନ୍ତ ପ୍ରଧାନ, ଉପସ୍ଥିତ ରହି ସାଇ ଭକ୍ତ ମାନଙ୍କୁ ଉତ୍ସାହିତ କରିଥିଲେ। ରିଙ୍କୁ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବରେ ଥିବା ବେଳେ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।
