୭୬ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଦେବଗଡ଼ (କୋଶଲ ନ୍ୟୁଜ୍):-ସୋମବାର ଅପରାହ୍ନ ୪ ଘଟିକା ସମୟରେ ରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷ ଠାରେ ୭୬ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ୍ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ୍ ଶ୍ରୀମତି ବିଲୁଙ୍ଗ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୁ ସରସ ସୁନ୍ଦର ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥଲେ । ଏହି ଅବସର ରେ ୨୬ ତାରିଖ ସକାଳ ୪.୩୦ ମିନିଟ ସମୟରେ ରାମ ଧୁନ, ସକାଳ ୭ ଟା ସମୟରେ ପ୍ରଭାତ ଫେରି, ସକାଳ ୭ ରୁ ୭:୩୦ ମିନିଟ ସମୟ ମଧ୍ୟରେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟଳୟ ମାନଙ୍କରେ  ଜାତୀୟ ପତକା ଉତ୍ତୋଳନ ଏବଂ ୮.୩୦ ମିନିଟ ସମୟରେ ଆନୁଷ୍ଠାନିକ ଜାତୀୟ ପତକା ଇନ୍ଦିରାଗାନ୍ଧି ଷ୍ଟାଡିୟମ୍ ଠାରେ ମୂଖ୍ୟ ଅତିଥି ଙ୍କ ଦ୍ବାରା ଜାତୀୟ ପତକା ଉତ୍ତୋଳନ କରାଯିବ। ଜିଲ୍ଲାସ୍ତରୀୟ ପତକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ ଚତୁର୍ଥ ଆଇ ଆର ବାଟାଲିୟନ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୋଲିସ ବ୍ୟାଣ୍ଡ ଟ୍ରୁପ୍ ଦ୍ବାରା ପତାକା ଉତ୍ତୋଳନ ପରେ ପରେ ଜାତୀୟ ସଙ୍ଗୀତ ବାଦନ କରାଯିବ । ଏହି ଅବସରରେ ବିଭିନ୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ପ୍ୟାରେଡ୍ ପୂର୍ବାହାସ ପାଇଁ ଜାନୁଆରୀ ୨୨,୨୩ ଓ ୨୪ ତିନି ଦିନ ରିଜର୍ଭ ପୋଲିସ୍ ଇନ୍ସପେକ୍ଟର ଓ ମହାବିଦ୍ୟାଳୟ ଏନସିସି ଅଧିକାରୀଙ୍କ ପ୍ୟାରେଡ୍ ପୂର୍ବାହାସ ସକାଳ ୮ ଟା ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ କରାଯିବ। ପ୍ରାଥମିକ, ମଧ୍ୟ-ଇଂରାଜୀ, ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜାନୁଆରୀ ୧୫ ତାରିଖ ଓଡ଼ିଆ ବକ୍ତୃତା ଓ ଇଂରାଜୀ ବକ୍ତୃତା ,୧୬ ତାରିଖ ଓଡ଼ିଆ ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗିତା, ୧୭ ତାରିଖ ଚିତ୍ରାଙ୍କନ ପ୍ରତିଯୋଗିତା, ୧୮ ତାରିଖ ଜଣା ଅଜଣା ପ୍ରତିଯୋଗିତା, ୧୯ ତାରିଖ ରଙ୍ଗୋଲି ଓ କୌତୁକ ପ୍ରତିଯୋଗିତା, ୨୦ ତାରିଖ ଦଳଗତ ଅଭିନୟ ଓ ମନୋ ଆକ୍ସନ କରାଯାଇ ସାଧାରଣତନ୍ତ୍ର ଦିବସ ରେ କୃତି ପ୍ରତିଯୋଗିତାଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ବାରା ପୁରସ୍କୃତ କରାଯିବ । ପ୍ୟାରେଡ୍ ପଡ଼ିଆରେ ଆନୁଷ୍ଠାନିକ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ସାଂସ୍କୃତିକ ଦଳ କୁ ବାଛି ନାମ ପଠାଇବେ। ବିଭିନ୍ନ ଅନୁଷ୍ଠାନ ଓ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀ ହେବ। ଶେଷରେ ଜିଲ୍ଲା ମୂଖ୍ୟ ଚିକିତ୍ସଳୟ ରୋଗୀ ମାନଙ୍କୁ ଉପକାରାଗାରରେ ଥିବା ଅନ୍ତ ବାସିକୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟ କ୍ରମ ରହିଛି। ଏହା ବ୍ୟତିତ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟମ ନିୟନ୍ତ୍ରଣ ଦାୟିତ୍ଵ ଆରକ୍ଷୀ ଅଧିକ୍ଷକ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଅପରାହ୍ନ ୨ ଘଟିକା ସମୟରେ ଜ଼ିଲ୍ଲା ପ୍ରଶାସନ ଓ ବାର ଆସୋସିଏସନ ମଧ୍ୟରେ କ୍ରିକେଟ ମ୍ୟାଚ ପ୍ରତିଯୋଗିତା ଆୟୋଜନ କରାଯିବ। ଜାଗରଣ ଆର୍ଟ ଇଣ୍ଟରନେସନାଲ ପକ୍ଷରୁ ସନ୍ଧ୍ୟାରେ ଟାଉନ ହଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହି ବୈଠକ ରେ  ପୌରପରିଷଦ ଅଧକ୍ଷା ଶାନ୍ତି ମଞ୍ଜରୀ ଦେଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ କୁମାର ଚପରଦାର,  ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ ଓ ସାମ୍ବାଦିକ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖରେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...