ଉତ୍ସବ ପ୍ରଧାନପାଟ ରେ ପଲିଶ୍ରୀ ମେଳା ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼  ସ୍ଥାନୀୟ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଡେପୁଟି ସିଓ ଓରମାସ ରବୀନ୍ଦ୍ର ପ୍ରଧାନଙ୍କ ଆବାହନ କ୍ରମେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉତ୍ସବ ପ୍ରଧାନପାଟ ରେ ପଲିଶ୍ରୀ ମେଳା ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଲିଶ୍ରୀ ମେଳା, ପୁସ୍ତକ ମେଳା, ଖାଦ୍ୟ ମେଳା, ଜ଼ିଲ୍ଲା ଉନ୍ନୟନ ପଦର୍ଶନୀ ମଣ୍ଡପ, ମୀନା ବଜାର ଜାନୁଆରୀ ୨୯ ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଧାନପାଟ ବଡ଼ ବଗିଚା ଠାରେ ୫ ଦିନ ଧରି ମେଳା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ ସମେତ ଜ଼ିଲ୍ଲାସ୍ତରୀୟ ଅଧିକାରୀ ଓ ତିନି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...