ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହାର ଜଳ ବିଭାଜିକା ପ୍ରକଳ୍ପ ପୋଖରୀ ମଧ୍ୟରୁ ବାହାରୁଛି ମୂଲ୍ୟବାନ ରତ୍ନ ପଥର । ବିଭିନ୍ନ ଗ୍ରାମରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳବିଭାଜିକା ଜଳ ଅମ୍ବଳ ପ୍ରକଳ୍ପରେ ନୂତନ ପଖରୀ ମଧ୍ୟରୁ ମୂଲ୍ୟବାନ ପଥର ଦେଖି ଗ୍ରାମବାସୀ ଚକିତ ହେବା ସହ କାହାରିକୁ କିଛି ଜଣା ପଡିବା ଆଗରୁ ଘରୁ ଶାବଳ, କୁଡି ନେଇ ପଥର ଖୋଳି ଘରକୁ ପଥର ଖଣ୍ଡ ବହୁଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏବାବଦରେ କିଛି ଜାଣିନଥିବା ବେଳେ ଶାଳ, ମହୁଲ,କାଜୁ ଓ ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ପିଠି ଉପରେ ଚାଲିଛି ବୁଲଡଜର । ଏପରିକି ଜଳବିଭାଜିକା ଅଧିକାରୀ ସବୁଜାଣି ମଧ୍ୟ ଚତୁରତାର ସହିତ ଦିନ ରାତି ମୂଲ୍ୟବାନ ଗଛ ଉପାଡି ପୋଖରୀ ତିଆରି କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ସରକାର ପ୍ରତିବର୍ଷ ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଥିବା ବେଳେ ଅନ୍ୟ ପକ୍ଷରେ କିନ୍ତୁ ପାଣି ପାଇଁ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସବୁ ଯୋଜନାକୁ ଫେଲ କରିବାରେ ଲାଗିଛି । ଏମିତି ଗଛ କାଟିବା ଫଳରେ ଗୋଟିଏ ଗ୍ରାମ ପଞ୍ଚାୟତରେ ଚାରି ପାଞ୍ଚଗୋଟି ପଖରୀରୁ ଶହ ଶହ ଗଛ ଉପାଡି ଦେବା ଫଳରେ ଆଗାମୀ ଦିନରେ ଜଙ୍ଗଲୀ ହାତୀ, ହିଂସ୍ର ଜନ୍ତୁ ଗାଁ ମୁହାଁ ହୋଇ ଧନ ଜୀବନ ନଷ୍ଟ କରିବା ସହିତ କ୍ଷତି ପହଞ୍ଚିବା ସ୍ୱାଭିବିକ ।

ଜଳ ଓ ମୃତିକା ସଂରକ୍ଷିତରେ ଏପରି ଯୋଜନା ମାନ ଲାଗୁ କରିଥିବା ସନ୍ଧେହ ପ୍ରକଟ କରିଛନ୍ତି ସାଧାରଣ ଲୋକେ l ଏଭଳି ପଖରୀ ମାନଙ୍କରୁ ରତ୍ନ ପଥର ବାହାରୁ ଥିବାରୁ ଜିଲ୍ଲା ବାହାରୁ ଖନନ କାର୍ଯ୍ୟରେ ନିୟୋଜିତ ହୋଇଥିବା ମେସିନ ଓ ଶ୍ରମିକ ରତ୍ନପଥର ଚୋରା ଚାଲାଣ କରୁଥିବା ଅନୁମାନ କରାଯାଉଛି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରତ୍ନ ପଥର ଚୋରା ଚାଲାଣ ହେଉଥିବା ଓ ବହୁ ଗଛ ନଷ୍ଟ ହେବାକୁ କିପରି ରୋକା ଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି l