ପଳସମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ମଲାରବାହାଳ କ୍ରିକେଟ କ୍ଲବ ଚାମ୍ପିୟନ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ଗ୍ରାମର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ପଳସମା କ୍ରିକେଟ କ୍ଲବର ସଭାପତି ସୁନିଲ କୁମାର ଓ ସମ୍ପାଦକ ଅବନୀ କାନ୍ତ ନାଏକଙ୍କ ତତ୍ବାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଭାଗ ନେଇଥିଲେ। ଆଜିର ଅନ୍ତିମ ପର୍ଯ୍ୟାୟ ରେ ଫାଇନାଲ ମ୍ୟାଚ୍ ମାଛକୁଟା ଏବଂ ମଲାରବାହାଳ କ୍ରିକେଟ କ୍ଲବ ସହିତ ଖେଳ ରହିଥିଲା। ଆଜିର ଖେଳ ଆଠ ଓଭର ବିଶିଷ୍ଟ ଖେଳ ରହିଥିବା ବେଳେ ମାଛକୁଟା କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୮ ଓଭର ରେ ୮ ଉଇକେଟ ହରାଇ ୫୭ ରନ୍ ସଂଗ୍ରହ କରିଥିଲା ଜବାବରେ ମଲାରବାହାଳ କ୍ରିକେଟ କ୍ଲବ ୭ ଓଭର ରେ ୩ ଉଇକେଟ ହରାଇ ୫୮ ରନ୍ ସଂଗ୍ରହ କରି ବିଜୟତା ହାସଲ କରିଥିଲା । ଆଜିର ଖେଳ ପରିଚାଳନାରେ ଆଲୋକ ଆଚାର୍ଯ୍ୟ ଓ କେଶବ ନନ୍ଦ ରହିଥିବା ବେଳେ ସ୍କୋର ବୋର୍ଡ ରେ ଶୁଭମ୍ ପ୍ରଧାନ, ସୁକାନ୍ତ ମୁଦୁଲି, ଓ ଅଞ୍ଜନ ମାଝୀ ରହିଥିଲେ ଏବଂ ଭାଷଣବାଜୀ ଦାୟିତ୍ୱରେ ପଲସ୍ତି ପ୍ରଧାନ ଥିଲେ । ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଆମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମଧୁସୂଦନ ପ୍ରଧାନ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଦେବଗଡ଼ ପୋୖର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତୀମଞ୍ଜରୀ ଦେଇ, ଦେବଗଡ଼ ଜିଲ୍ଲା ତଥା ବିଜେଡି ରାଜ୍ୟ ସାଧାରଣତ ସମ୍ପାଦକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ବାରକୋଟ ବ୍ଲକ ବିଜେଡି ସଭାପତି ହିରା ଭାଇ ବାଘବର ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଭକ୍ତବନ୍ଧୁ ପ୍ରଧାନ, ପଳସମା ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଶୁଶିଲ କୁମାର, ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ, ପଳସମା ବନ ବିଭାଗ ଅଧିକାରୀ ଗୋପାଳ ବାରିହା, ଏବଂ ପଦ୍ମଚରଣ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ। କ୍ଲବର ସମସ୍ତ ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ସୁନିଲ କୁମାର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ପ୍ରଭାସିନୀ ନାୟକ (ଦେବଗଡ଼)

Comments
Loading...