ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ୨୦୦୫ ମସିହାରେ ପାଠ ପଢୁଥିବା ବ୍ୟାଚ୍ ଛାତ୍ର-ଛାତ୍ରୀ ମାନେ ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ ଉତ୍ସବ ଚାକୁଣ୍ଡା ଠାରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମ ଉକ୍ତ ବ୍ୟାଚ୍ ର ଛାତ୍ର ତରଣୀ ବାବୁଙ୍କର ପ୍ରଚେଷ୍ଟା ସହିତ ଓ ଅମ୍ମିତ ବାବୁ ଙ୍କ ସହଯୋଗ ରେ ଆଜି ଦୀର୍ଘ ୨୦ ବର୍ଷ ପରେ ବନ୍ଧୁ ମିଳନ ଉତ୍ସବ ଚାକୁଣ୍ଡା ଠାରେ ଅତି ସୁନ୍ଦର ସହିତ ପାଳନ କରାଗଲା।ଏବଂ ସାରା ଭାରତବାସୀଙ୍କୁ ସମସ୍ତ ଛାତ୍ର ଛାତ୍ରୀ ମାନେ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ପାଠପଢା ଦିନ ବିତି ଯାଇଥିଲେ ମଧ୍ୟ ସମସ୍ତେ ଅତୀତର ବନ୍ଧୁ ମାନକ ସହ ନିହାତି ସମୟ ବାଣ୍ଟିବା ଦରକାର ଏଥିରୁ ଆଗାମୀ ପିଢ଼ି ମାନେ ମଧ୍ୟ ସେହି ରାସ୍ତାରେ ଚାଲିବା ଦରକାର ଏହି ସମସ୍ତ ଆଲୋଚନା କରିବା ସହ ସମସ୍ତେ ବହୁ ବର୍ଷ ପରେ ବନ୍ଧୁ ମିଳନର ଉତ୍ସବକୁ ଉତ୍ସାହର ପାଳନ କରିଥିଲେ ।
