ଗରିବ ଘର ମହାରାଜାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କରଲଗା ଗ୍ରାମର ସୋରଜ ବେହେରାଙ୍କ ପୁଅ ମହାରାଜା ବୟସ ୬ ବର୍ଷ ହେବ । ତାଙ୍କର ଜନ୍ମରୁ ଡାହାଣ ହାତଟି ସଂପୂର୍ଣ୍ଣ ଅଚଳ ହୋଇପଡିଛି । ସେ ଡାହାଣ ହାତଟିକୁ ଉଠାଇ ପାରୁ ନଥିବା ଦେଖିବାକୁ ମିଳିଛି ଏବଂ ଗୋଟିଏ ହାତରେ ଖାଇବା ଧୋଇବା ସମସ୍ତ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସୋରଜ ବେହେରା ଜଣେ ଗରିବ କୁଲି ମଜୁରିଆ ଶ୍ରେଣୀର ହୋଇଥିବାରୁ ତାଙ୍କ ପକ୍ଷେ ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରି ପାରୁ ନଥିବା ଦେଖିବାକୁ ମିଳିଛି । ଅର୍ଥ ଅଭାବରୁ ପୁଅର ଚିକିତ୍ସା ମଧ୍ୟ ବିଳମ୍ବ ହେଉଛି । ଯଦି ସରକାର ଓ ଜିଲ୍ଲା ପ୍ରଶାସନ ଏବଂ କୌଣସି ସ୍ବଚ୍ଛାସେବୀ ସଙ୍ଗଠନ ସହାୟତାର ହାତ ବଢ଼ାନ୍ତେ ତାହେଲେ ମହାରାଜା ଭଲ ହୋଇ ପାରନ୍ତା ବୋଲି ଗ୍ରାମବାସୀ ଓ ସ୍ଥାନୀୟ ଲୋକେ କହିଛନ୍ତି ।

Comments
Loading...