ଦେବଗଡ଼ (କୋଶଲ ନ୍ୟୁଜ୍):- ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପକ୍ଷରେ ଅଳ୍ପ ଖର୍ଚ୍ଚରେ ମେସିନ ମାଧ୍ୟମରେ କାମ କରି ଠିକାଦାର ହେଉଛନ୍ତି ମାଲେମାଲ୍ । ୨୦୦୫ ର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିୟମ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ପାଶ୍ୱ ପରିଦର୍ଶନ ପରେ ବ୍ୟୟ ଅଟକଳ ଆକଳନ କରାଯାଇ କାର୍ଯ୍ୟର ସୂଚନା ଫଳକ ପ୍ରଥମେ ଲଗାଇ କାର୍ଯ୍ୟ ଆରମ୍ଭ କରିବା ଏବଂ କୈାଣସି ଯାନ୍ତ୍ରିକ ମେସିନ ନିଷେଦ୍ଧ ରହିଛି । କିନ୍ତୁ ଆଜିକାଲି କେତେକ ମୁଷ୍ଟିମେୟ ଅର୍ଥ ହଡ଼ପ ଲାଳସା କାରିଙ୍କ ପାଇଁ ଏହା କେବଳ କାଗଜ କଲମରେ ସୀମିତ ରହିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହେଳିପଡା ପଞ୍ଚାୟତ ମନରେଗା କାର୍ଯ୍ୟରେ ମହାଦୂର୍ନିତୀ ହେଉଥିବା ଅଭିଯୋଗ କରିଛନ୍ତିି ଗ୍ରାମବାସୀ ମହେଳିପଡା ହରିଜନ ପଡ଼ା ଠାରୁ ବାବାମଠ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ନିୟୋଜିତ ନ କରି ମେସିନ ମାଧ୍ୟମରେ କାମ କରି ବିଲ୍ ହେଉଛି। ଯାହା ଜଣାପଡ଼ୁଛି କାର୍ଯ୍ୟ ପରିଦର୍ଶନ ରେ ଥିବା ବାବୁମାନେ ସଠିକ୍ କାର୍ଯ୍ୟ କରୁ ନାହାନ୍ତି। ମହେଳିପଡା ପଞ୍ଚାୟତ ସରପଞ୍ଚ ଦାୟିତ୍ୱରେ ଶ୍ରୀମତୀ ରୁନୁ ବେହେରା ରହିଥିବା ବେଳେ ତାଙ୍କ ସ୍ବାମୀ ଶୁରେଶ ବେହେରା ପଞ୍ଚାୟତ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏଣୁ ଗ୍ରାମବାସୀ ଆମ ଗଣମାଧ୍ୟମ ଆଗରେ ସ୍ଥାନୀୟ ପ୍ରଶାସନ ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
