ତାଳଚେର (କୋଶଲ ନ୍ୟୁଜ୍) :- ତାଳଚେର କଲେଜ ଗ୍ରାଉଣ୍ଡ ଠାରେ ମା ସୁନାକାଳୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ତାଳଚେର ଟାଉନ ମା ସୁନାକାଳୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ରେ ମୋଟ ୮ ଟି ଦଳ ଭାଗ ନେଇଥିଲେ |ଆଜି ରବିବାର ଏହି ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା |ଫାଇନାଲ ମ୍ୟାଚ ମା ସୁନାକାଳୀ କ୍ରିକେଟ କ୍ଲବ ଓ ମର୍ନିଙ୍ଗ ଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଏଥିରେ ମର୍ନିଙ୍ଗ ଷ୍ଟାର ଚମ୍ପିୟାନ ହୋଇଥିଲା |ବରିଷ୍ଠ ବିଜେପି ନେତା ପର୍ଶୁରାମ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ତଥା କ୍ଲବ ର କର୍ମକର୍ତା ଙ୍କୁ ଏଭଳି ଆୟୋଜନ ପାଇଁ ଧନ୍ୟବାଦ ଦେଇଥିଲେ |କ୍ରୀଡାର ବିକାଶ ପାଇଁ ମୋଦୀ ସରକାର ଖେଳ ଇଣ୍ଡିଆ ମାଧ୍ୟମରେ ପ୍ରୋତ୍ସାହନ ଦେଉଛନ୍ତି |ଶିକ୍ଷା, ଖେଳ ରେ ମନୋନିବେଶ କରି ଯୁବ ସମାଜ ନିଶା ଠାରୁ ଦୁରେଇ ରହିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ବାରିକ କହିଥିଲେ |ଶେଷରେ ଚମ୍ପିୟାନ ଓ ରନର୍ସ ଅଫ ଦଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା |ପ୍ରାକ୍ତନ କାଉନସିଲର ବାଲ୍ମୀକି ପ୍ରସାଦ କେଶରୀ,ଓ ଜ୍ଞାନେନ୍ଦ୍ରୀୟ ସେଠି, ଶିବରାମ ବେହେରା, ପଦ୍ମନ ଜେନା, ବିନୋଦ ଲାଲ, ରିସିକେଶ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |ସମାଜସେବୀ ପୂର୍ଣଚନ୍ଦ୍ର ବେହେରା ଓ ବିଜୟ ନାଏକ ଖେଳ ରେ ସହଯୋଗ କରିଥିଲେ |ମା ସୁନାକାଳୀ କ୍ଲବ ର ସଦସ୍ୟ ଆଜିମ, ସିମି, ସଲିମ, ସିଲୁ, ରାଜା, ରାହୁଲ, ସମିମି, ନିକୁନ, ନିଲୁ, ମହାବୀର, ଆଲଦ, ରୁଦ୍ର, ବିଜୟ ପ୍ରମୁଖ ଟୁର୍ନାମେଣ୍ଟ ରେ ସହଯୋଗ କରିଥିଲେ |ଶତାଧିକ ଜନସାଧାରଣ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ |
