ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବମ୍ପପରଡା ଗ୍ରାମର ବାଘମାରି ଜଙ୍ଗଲରେ ମା ବନ ଦୁର୍ଗାଙ୍କର ପୂଜା ଉତ୍ସବ ଆୟୋଜିତ ହୋଇଥିଲା । ଏହି ପୂଜା ଆଦିବାସୀ ସମ୍ପ୍ରଦାୟର ପୂଜକଙ୍କ ଦ୍ୱାରା ହୋଇଥିଲା । ମୁଖ୍ୟତଃ ଏହି ପୂଜା ରାଜ୍ୟ ତଥା ସ୍ଥାନୀୟରେ ସୁଖ, ଶାନ୍ତି , ସ୍ବଚ୍ଛତା ,ଏକତା ବଜାୟ ରଖିବା ନିମନ୍ତେ ବର୍ଷରେ ଥରେ ପୂଜା କରାଯାଏ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ । ଏହି ବନ ଦୁର୍ଗାଙ୍କର ପୂଜା ପୁର୍ବକାଳରୁ ବାଘମାରି ଜଙ୍ଗଲ ଶିଖରରେ ପୁଜା କରି ଆସୁଛନ୍ତି ।ଏହା ସହ ୧୯୮୩ ମସିହାରୁ ବାଘମାରି ଜଙ୍ଗଲକୁ ବଞ୍ଚାଇବାପାଇଁ ଗ୍ରାମର ପିଢ଼ି ପରେ ପିଢ଼ି ଜଙ୍ଗଲର ଯତ୍ନ କରି ଆସୁଅଛି । ଆଜିର ପୂଜା ଆଦିବାସି ସାଂସ୍କୃତିକ ପରମ୍ପରା ଢଙ୍ଗରେ ପାଳନ କରାଯାଇ ଥିଲା ।ଏହି ଜଙ୍ଗଲ ଆମର ମା ଏଥିରୁ ଆମେ ବହୁ ଉପକାର ପାଇ ଆସୁଛୁ ବୋଲି ଗ୍ରାମବାସୀମାନେ ସମାଲୋଚନା କରିଥିଲେ । ଏହି ପୂଜାରେ ଗ୍ରାମର ଶତାଧିକ ମହିଳା ପୁରୁଷ ଉଭୟ ଉପସ୍ଥିତ ରହିଥିଲେ ।
