
ରିଆମାଳ: (କୋଶଲ ନ୍ୟୁଜ୍) ଦେବଗଡ ଜିଲ୍ଲାରେ କାଳ ବୈଶାଖୀର ପ୍ରଭାବ କିଛି ଦିନ ହେବ ଚାଲିଛି । ଦେବଗଡରେ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଇଥିବା ବେଳେ ଅଘୋଷିତ ବିଜୁଳୀ କାଟ ବୋଝ ଉପରେ ନଳିତା ବିଡା । ଏହି ସବୁ ଭିତରେ ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ତୁଳସୀପୁରରେ ନିର୍ମିତ ହୋଇଥିବା ପଞ୍ଚପାଲି ନୂତନ ବ୍ରହ୍ମେଶ୍ବର ଶିବ ମନ୍ଦିର ଝଡ ତଫାନରେ ଭାଙ୍ଗି ଯାଇଛି । ହଟାତ କାଳ ବୈଶାଖୀ ଦେଖା ଯାଇଥିବା ଓ ଆକାଶ କଳା ରଙ୍ଗର ମେଘାଚ୍ଛନ ହୋଇ ବର୍ଷା ସହିତ ଘଣ୍ଟା ପ୍ରତି ୬୦ ରୁ ୭୦ ବେଗରେ ପବନ ପ୍ରବାହିତ ହୋଇଥିଲା । ଫଳରେ ବହୁ ବୃକ୍ଷ ଭାଙ୍ଗି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି ।