ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ନାଟକ ଦାରୁବ୍ରହ୍ମ ପରିବେଷଣ କଲେ ବାମଣ୍ଡା କଳାକାର ସଂଘ ଦେବଗଡ଼

ଦେବଗଡ଼ (କୋଶଲ ନ୍ୟୁଜ୍):- ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ବାରା ଆୟୋଜିତ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଉପଲକ୍ଷେ ବାମଣ୍ଡା କଳାକାର ସଂଘ, ଦେବଗଡ ଦ୍ବାରା ପ୍ରସ୍ତୁତ ନାଟକ “ଦାରୁବ୍ରହ୍ମ ” ସ୍ଥାନୀୟ ଟାଉନହଲ ଠାରେ ପରିବେଷିତ ହୋଇ ଯାଇଛି।


ଏଥିରେ ବାମଣ୍ଡା କଳାକାର ସଂଘର ସଭାପତି ବିପିନ ବିହାରୀ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ବରେଣ୍ଯ ଅତିଥି ଭାବରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ବିଜେଡିର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ସଂଘର ମାର୍ଗଦର୍ଶକ ହେମନ୍ତ କୁମାର ମହାପାତ୍ର ଓ ଅତୁଲ୍ୟ କୁମାର ପୂଜାରୀ, ମନୋଜ ପାଢୀ ନାଟ୍ୟକାର କୁମୁଦଚନ୍ଦ୍ର ଶତପଥୀ, ନାଟ୍ୟ ନିର୍ଦ୍ଦେଶକ ରୋମିଓ ମହାପାତ୍ର ମଞ୍ଚାସୀନ ଥିବାବେଳେ ଜିଲ୍ଲା ସଂସ୍କୃତି ପରିଷଦର ସଂଯୋଜକ ତଥା ବରିଷ୍ଠ ଅଧିବକ୍ତା ଦିଲ୍ଲୀପ କୁମାର ଗୁରୁ ମଞ୍ଚ ପରିଚାଳନା କରିଥିଲେ।

ଏହି ନାଟକର ଅଭିନୟରେ- ଧୃବଚରଣ ବେହେରା, ଗୀତା ତିୱାରୀ, ପ୍ରଦୀପ କୁମାର ଅମାତ, ସନ୍ତୋଷ କୁମାର ସାହୁ, ସୁଶାନ୍ତ ନନ୍ଦ, ଉପେନ୍ଦ୍ର ଭଞ୍ଜ, ମୁକେଶ କୁମାର ସାହୁ, ଅରୁନ୍ଧତୀ ଦାଶ, ଶ୍ରବଣ କୁମାର ନାୟକ, ଶିଶିର ଦାଶ, ସୌରୀନ, ସୁମନ, ଚିନ୍ମୟଦାସ, ପ୍ରୀତମ ବେହେରା, ସୁଜାତା କୁଅଁର ପ୍ରମୁଖ ଅଭିନୟ କରିଥିଲେ । ସଂଗୀତ ନିର୍ଦ୍ଦେଶକ ଗିରିଜା ଶଙ୍କର ମିଶ୍ର
ଆଲୋକ ସଂପାତ ପ୍ରଶାନ୍ତ ମହାରଣା ଓ ପୂର୍ଣ୍ଣଚନ୍ଦ୍ର ବୁଡା
ବେଶ ପୋଷାକ ରେ ନେତ୍ରାନନ୍ଦ ସାହୁ। ସହଯୋଗ କରିଥିଲେ ବାବୁଲି ପ୍ରଧାନ, ମଙ୍ଗଳ ମହାକୁର, ପ୍ରଶାନ୍ତ ଦ୍ବିବେଦୀ, ନଟ ନାୟକ, ତେମିଓ ଦାଶ।

Comments
Loading...