ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ଦେବଗଡ଼ (କୋଶଲ ନ୍ୟୁଜ୍):-ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ବରେଣ୍ୟ ଅତିଥି ଭାବେ ଅଧ୍ୟକ୍ଷ ଜ଼ିଲ୍ଲାପରିଷଦ କୌଶିକ କୁମାର ପ୍ରଧାନ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ , ଅଧିକ୍ଷଣ ଯନ୍ତ୍ରୀ ବୃହତ ମଧ୍ୟମ ଜଳ ସଚନ ବିଭାଜନ ସୁରେଶ୍ ଚନ୍ଦ୍ର ମୁଣ୍ଡା, ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳ ସେଚନ ରଶ୍ମିରେଖା ଚାଟାର, ପାଣି ପଞ୍ଚାୟତ ପ୍ରେସିଡେଣ୍ଟ ଗୋହିରା ପର୍ଶୁରାମ ଗଡନାଏକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥି ମାନେ ପାଣି ପଞ୍ଚାୟତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ପାଣି ପଞ୍ଚାୟତ ପକ୍ଷ ୨୨. ୧୨. ୨୦୨୪ ଠାରୁ ତା. ୦୫.୦୧. ୨୦୨୫ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳନ କରାଯାଉଅଛି । ଏହି ଅବସରରେ ପୂର୍ବ ରୁ ଆୟୋଜିତ ହୋଇଥିବା ଜିଲ୍ଲା ଓ ବ୍ଲକ୍ ସ୍ତରରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଜଣା ଅଜଣା, ବକ୍ତୃତା, ରଚନା, ଚିତ୍ରାଙ୍କନ, ଓ ପ୍ରଦର୍ଶନୀ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହିତ ଅର୍ଥ ରାଶି ଦେଇ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଜ଼ିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଳାର ବିଭିନ୍ନ ଚାଷୀ ଓ ପାଣି ପଞ୍ଚାୟତର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିସର ମଧ୍ୟରେ ଓଡିଶା କୃଷି ଶିଳ୍ପ ନିଗମ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ ବିଭାଗ, ମତ୍ସ୍ୟ ସମ୍ପଦ ବିଭାଗ ଓ ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ ଖୋଲା ଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

Comments
Loading...