ଦେବଗଡ଼ (କୋଶଲ ନ୍ୟୁଜ୍ ):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବିଶ୍ଵ ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ତ୍ରିଦିବସୀୟ ବ୍ୟକ୍ତିତ୍ଵ ବିକାଶ ଶିବିର ଓ ରାମକଥା ଅନୁଷ୍ଠିତ ହୋଇଯାଇଛି ।
ସୁସ୍ଥ ସମାଜ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା, ସତ୍ ଚରିତ୍ର ଗଠନ ଓ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଲୀଳା ଶ୍ରବଣ ଦ୍ଵାରା ବ୍ୟକ୍ତିତ୍ଵ ବିକାଶ ଶୀର୍ଷକରେ ପରମପୂଜ୍ୟ ସ୍ବାମୀଜୀ ସ୍ଵରୂପାନନ୍ଦ ସରସ୍ଵତୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଭଗବତ୍ କଥା ଶ୍ରବଣ କରାଇଥିଲେ ।


ବିଶ୍ଵ ସେବା ସଂଘ ଟ୍ରଷ୍ଟ ତଥା ସମସ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସେବା ନିବୃତ ଭାରତୀୟ ପ୍ରଶାସକ ଡଃ ପ୍ରଶାନ୍ତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଓ ସ୍ଵାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ସଂଯୋଜନାରେ ତ୍ରିଦିବସୀୟ ବ୍ୟକ୍ତିତ୍ଵ ବିକାଶ ଶିବିର ଓ ରାମକଥା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ବଙ୍କିମ ପ୍ରସାଦ ପ୍ରଧାନ ଓ ଲଳିତା ଅନନ୍ତ ଋଷିକୂଳ ସେବାଶ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ସାହୁ ଉପସ୍ଥିତ ହୋଇ ଶିବିରର ଉପାଦେୟତା ଉପରେ ଆଲୋଚନା କରିଥିଲେ ।ପ୍ରତ୍ୟହ ପ୍ରାତଃ ସମୟରେ ପ୍ରାତଃ ସ୍ମରଣ, ଯୋଗାସନ ଓ ପ୍ରାଣାୟାମ କରାଯାଇଥିଲା ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ର ଓ ପଣ୍ଡିତ ସଞ୍ଜିତ ଶତପଥୀ ବେଦପାଠ କରିଥିଲେ ।
ସମସ୍ତ ଅନୁଷ୍ଠାନର ଅଧ୍ୟାପକ ଅଭୟ ସାହୁ, ବୁଦ୍ଧଦେବ ପ୍ରଧାନ, ଡଃ ଉମାକାନ୍ତ ସାହୁ, ସତୀଶ ମହାପାତ୍ର, ଯଦୁମଣି ସାହୁ, ମାନସ ମହାପାତ୍ର, ରଘୁନାଥ ରାଉତ, ସନ୍ତୋଷ ରାଉଳ,ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳୀ ନନ୍ଦ,ବାଦଲ ଶତପଥୀ,ପଙ୍କଜ ବେହେରା, ଚିନ୍ମୟ ସାହୁ, ଶୁଭଶ୍ରୀ ଧଳ, ଅର୍ଚ୍ଚନା ବିଶ୍ଵାଳ,ଟିକେଶ୍ଵର ପ୍ରଧାନ, ବାବୁଲାଲ ପ୍ରଧାନ, ସତ୍ୟ ସାଗର ସାହୁ,ବିଦ୍ୟାଧର ସାହୁ, ହିମାଦ୍ରିତା ଦେହୁରୀ ତ୍ରିପୁରା ମୋହନ ମାଝୀ,ନରୋତ୍ତମ ସାହୁ,ମନୋଜ ସାହୁ, ଇନ୍ଦ୍ରମଣୀ ମାଝୀ ,ସଞ୍ଜିତ ଶତପଥୀ,ଶରତ ବେହେରା, ଅର୍ଜୁନ ସାହୁ,ଅଜିତ ପାତ୍ର,ପ୍ରମୋଦ ମହାପାତ୍ର,ଜଗତ ମାଝୀ , ସିଦ୍ଧାନ୍ତ ବେହେରା ଓ ସମସ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ l କଥା ଶ୍ରବଣରେ ବହୁସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ । ପ୍ରତ୍ୟହ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।