ଦେବଗଡ଼ ଯୁବକଙ୍କ ସ୍ଵର୍ଣ୍ଣପଦକ ଏବଂ ଓଡିଶା ଗୌରବ ସମ୍ମାନ ଲାଭ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ପରା ଗ୍ରାମର ତପନ କୁମାର ନାୟକ କଟକ ପୋଲିସ ମୁଖ୍ୟାଳୟର ସିଆଇଡି କ୍ରାଇମବ୍ରାଞ୍ଚ(ସି.ଆଇ.ଡି, ସି.ବି.) ବିଭାଗରେ ଇନ୍ସପେକ୍ଟର ଭାବରେ କାର୍ଯ୍ଯ କରୁଛନ୍ତି। ଚାକିରି ଜୀବନ ସହ ଟିକିଏ ଅବସର ପାଇଲେ ନିଜକୁ ଅହରହ ସମାଜସେବା କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ସମାଜସେବା ପାଇଁ ତାଙ୍କୁ ‘ଓଡ଼ିଆ ଗୌରବ ସମ୍ମାନ’ ଆୱାର୍ଡ଼ ପ୍ରଦାନ କରାଯାଇଛି। ଦିଲ୍ଲୀ ସ୍ଥିତ ଭାରତ ସରକାରଙ୍କ ପଞ୍ଜୀକୃତ ୱାଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ପୁରୀ ଟାଉନ ହଲଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଶ୍ରୀ ନାୟକଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରାଯିବ ସହ ଓଡ଼ିଶା ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ପୋଲିସ, ଡାକ୍ତର, ଶିକ୍ଷକ, ଲେଖକ ଓ କଳାକାର ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ସୁବାଶିଷ ଖୁଣ୍ଟିଆ, ଓଡ଼ିଶା ରାଜ୍ୟ ସମ୍ପାଦକ ରବି ଶଙ୍କର ପାତ୍ର, କଟକ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ଦୁର୍ଗା ପାଢ଼ୀ, ସମାଧାନ ଶିକ୍ଷା ନିକେତନର ନିର୍ଦ୍ଦେଶକ ଡ. ବିନୟ କୁମାର ପଟ୍ଟନାୟକ, ରାଷ୍ଟ୍ରୀୟ ଲୋକ ଅଦାଲତ ସଚିବ ଶ୍ରୀ ନୀରଜ ଶର୍ମା, ଜାତୀୟ ହ୍ୟୁମାନ ରାଇଟସ୍ ଡିଫେଣ୍ଡର ଡ. ଶତୃଘ୍ନ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ। ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ଅଧ୍ୟକ୍ଷ ଭାନୁମତୀ ମିଶ୍ର, ନିର୍ଦ୍ଦେଶକ ଅମର କୁମାର ବାଘ, ସଦସ୍ୟ ସଂଯୁକ୍ତା ଖାରା, ସଲିନା ଚିଞ୍ଚାନୀ ଓ ଆଲାଦିନ ଟାକ୍ରୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।

Comments
Loading...