ଦେବଗଡ଼ (କୋଶଲ ନ୍ୟୁଜ୍) ଜ଼ିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜାନୁଆରୀ ୧ ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ ହେଉଛି । ଏହି ଅବସରରେ ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକଙ୍କ ତତ୍ୱାବଧାନ ରେ ବାହାରିଥିବା ସଚେତନତା ରଥକୁ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ସହର ଓ ବ୍ଲକ ର ବିଭିନ୍ନ ସ୍ଥାନ ପରିକ୍ରମା କରି ସଡ଼କ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ପ୍ରେରଣ କରିବ । ବିଶେଷ କରି ଦୁର୍ଘଟଣା ହାର କମାଇବା ସଡ଼କ ସୁରକ୍ଷା ମାସ ର ମୁଖ୍ୟ ଉଦେଶ୍ୟ ।

କାର୍ଯ୍ୟକ୍ରମ ରେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଜ଼ିଲ୍ଲା ନିୟୋଜନ ବିଜୟ କୁମାର ଉପାଧ୍ୟାୟ, ଜ଼ିଲ୍ଲାସ୍ତରୀୟ ଅଧିକାରୀ, ଡ୍ରାଇଭର ସଂଘ ର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ସଡ଼କ ସୁରକ୍ଷା ମାସ ଉପଲକ୍ଷେ ତା.୦୨.୦୧.୨୦୨୪ ରିଖ ଯୁନିୟର (୫ମ ରୁ ୭ମ ) ଓ ସିନିୟର (୮ମ ରୁ ୧୦ମ) ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ସକାଳ ୧୧ ଘଟିକା ରେ ଜ଼ିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିଲା l