ଜାତୀୟ ସେବା ଯୋଜନା ଦ୍ବାରା ଶୀତକାଳୀନ ସ୍ଵତନ୍ତ୍ର ଶିବିରରେ ରକ୍ତଦାନ ଶିବିର ଓ ଗୀତା ମହାଯଜ୍ଞ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ବାରା ପୋଷ୍ୟ ଗ୍ରାମ ଚଡେଇମରା ଠାରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ର ତୃତୀୟ ଦିବସରେ ରକ୍ତଦାନ ଶିବିର ଓ ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି lଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ରକ୍ତଦାନ ଶିବିରକୁ ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ , ଚଡେଇମରା ସରପଞ୍ଚ ବୁନୁ ପ୍ରଧାନ ଉଦଘାଟନ କରିଥିଲେ । ଦେବଗଡ ଜିଲ୍ଲା ରକ୍ତ ଭଣ୍ଡାର ତତ୍ତ୍ଵାବଧାନରେ ମୋଟ୍ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।
ତୃତୀୟ ଦିବସର ପ୍ରଥମ ଭାଗରେ ପ୍ରାତଃ ସମୟରେ ଯୋଗାସନ ଓ ପ୍ରାଣାୟାମ,
ଦ୍ଵତୀୟ ଭାଗରେ ଗ୍ରାମ ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ପ୍ରାର୍ଥନା ,ସ୍ଵଚ୍ଛତା, ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ପଣ୍ଡିତ ସଞ୍ଜୀତ କୁମାର ଶତପଥୀ ଆଚାର୍ଯ୍ୟ ଭାବେ ସହଯୋଗୀ ପଣ୍ଡିତ ପିଣ୍ଟୁ ମିଶ୍ର, ଅରୁଣ ଶତପଥି ଗୀତାଯଜ୍ଞ ପରିଚାଳନା କରିଥିଲେ ।
ତୃତୀୟ ଭାଗରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସମାଜସେବୀ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ , ଚଡେଇମରା ସରପଞ୍ଚ ବୁନୁ ପ୍ରଧାନ ମଞ୍ଚାସୀନ ହୋଇ ଉଦବୋଧନ ଦେଇଥିଲେ ।
ଚତୁର୍ଥ ଭାଗରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ ଓ ମୁକ୍ତାଞ୍ଜଳୀ ନନ୍ଦ ପରିଚାଳନା କରିଥିଲେ ।
ପଞ୍ଚମ ଭାଗର ସନ୍ଧ୍ୟାରେ ସମାଜସେବୀ ଟିକେଲାଲ ତ୍ରିପାଠୀଙ୍କ ଦ୍ଵାରା ପ୍ରାର୍ଥନା ଓ ସତ୍ ସଙ୍ଗ କରାଯାଇଥିଲା ।ବେଦ ଅଧ୍ୟାପକ ତଥା ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ତନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ, ଡଃ ଉମାକାନ୍ତ ସାହୁ, ଯଦୁମଣି ସାହୁ, ରଘୁନାଥ ରାଉତ, ତ୍ରିପୁରା ମୋହନ ମାଝୀ,ଇନ୍ଦ୍ରମଣୀ ମାଝୀ,ମନୋଜ କୁମାର ସାହୁ,ଶରତ ବେହେରା, ପ୍ରମୋଦ ମହାପାତ୍ର , ସ୍ଵେଚ୍ଛାସେବୀ ଅରୁଣ, ପିଣ୍ଟୁ,ବିପସ୍ଵିନୀ, ସ୍ଵପ୍ନପ୍ରିୟା, ପିଙ୍କି,ସୁଜାତା,ସିଲି ଗୋପାଳ,ଅମର,ପ୍ରଭାତ, ଜିତେନ୍ଦ୍ର, ଅମରେଶ,ରୀତେଶ, ଅନିମେଶ,ଚିନ୍ମୟ ନୋସିତ,ବାଦଲ ତୁଭନ ସଚ୍ଚିଦାନନ୍ଦ,ମିଥୁନ, ବିଶ୍ଵନ୍ତ,ଆଶିଷ, ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ l

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ଦେବଗଡ଼)

Comments
Loading...