Share କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘବର ଗ୍ରାମରେ ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।। ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ମା ଆଦିଶକ୍ତି କ୍ରିକେଟ କ୍ଲବ ତରଫରୁ ବାଘବର ପଞ୍ଚାୟତ ଖେଳ ପଡିଆରେ ୮ଟି କ୍ରିକେଟ ଟିମ ଯୋଗ ଦେଇଥିଲେ । ଯଥା: ବାଘବର ସଂସାମରା, କୁଣ୍ଡେଇଗୋଳା, ରଜଂଣା, ବରଡାନାଳୀ, ବୁଢ଼ାପାଳ ଓ ବାବାଜୀମଠ କ୍ରିକେଟ କ୍ଲବ ଯୋଗ ଦେଇଥିଲେ । ଶେଷରେ ଆଜି ଫାଇନାଲ ମ୍ୟାଚ ବାବାଜୀମଠ ଓ ତଲେଇଶର ମଧ୍ୟରେ ଖେଳ ହୋଇଥିଲା । ବାବାଜୀମଠ କ୍ରିକେଟ କ୍ଲବ ପ୍ରଥମେ ଟଚ ଜିତି ବ୍ୟାଟିଙ୍ଗର ନିଷ୍ପତ୍ତି ନେଇ ୭୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ତଲେଇଶର କ୍ରିକେଟ କ୍ଲବ ୭୬ ରନ କରି ବିଜେତା ହାସଲ କରିଥିଲା । ମୁଖ୍ୟ ଅତିଥି ଭାବେ ବିଜେଡି ସଭାପତି ରମାଞ୍ଚ ରଞ୍ଜନ ବିଶ୍ବାଳ ଏବଂ ବାଘବର ସରପଞ୍ଚ ଦଣ୍ଡଧର ଦେହୁରୀ ମଞ୍ଚାସିନ ଥିଲେ । ଏବଂ କ୍ଲବର ସମସ୍ତ ମେମ୍ବର ଉପସ୍ଥିତ ରହି ସହଯୋଗ କରିଥିଲେ ।। 0 13 Share FacebookTwitterWhatsAppEmailFacebook MessengerTelegramPrint