ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦେବଗଡ଼ ନଗରରେ ୭୩ତମ ପ୍ରତିଷ୍ଠା ଦିବସ ତଥା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ କରାଯାଇଛି

ଦେବଗଡ଼ (କୋଶଲ ନ୍ୟୁଜ୍) ବିଦ୍ୟାର୍ଥୀ ପରିଷଦ ୭୨ ବର୍ଷର ଲମ୍ବା ଯାତ୍ରାରେ ରାଷ୍ଟ୍ର ପୁନଃନିର୍ମାଣର ସଂକଳ୍ପ ସହ ବିଦ୍ୟାର୍ଥୀ ସମାଜକୁ ନେଇ ନିରନ୍ତର କାର୍ଯ୍ୟ ବିଷୟରେ ଚର୍ଚ୍ଚା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପତାକା ଉତ୍ତୋଳନ ସହ ସଫେଇ କାର୍ଯ୍ୟ ଏବଂ ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ABVP ର ଜିଲ୍ଲା ପ୍ରମୁଖ ଶ୍ରୀମାନ କୋସିସ୍ ପ୍ରଧାନ , ଜିଲ୍ଲା ସୋହ ପ୍ରମୁଖ ଶ୍ରୀମାନ ବିଜୟ କୁମାର ଦେହୁରୀ ଏବଂ ଜିଲ୍ଲା ସଂଯୋଜକ ଶ୍ରୀମାନ ଦିନେଶ କୁମାର ନାଏକ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ କୁ ଦେବଗଡ ନଗର ସଂପାଦିକା ସୁଶ୍ରୀ ସାଇ ଶ୍ୱେତା ଜ୍ୟୋତିଷ ଏବଂ SFD ପ୍ରମୁଖ ଶ୍ରୀମାନ ସୁଜିତ୍ କୁମାର ଖଡ଼ିରତ୍ନ ଅୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜନ୍ମାଜୟ ଦାସ , ରାଜେଶ୍ବର ନାୟକ , ପ୍ରିୟାଂଶୁ ମହାକୁଡ଼,ସାଇସନ୍ଦିପ୍ତା ଜ୍ୟୋତିଷ , ରିତେଶ ଖଡିରତ୍ନ ଓ ଅନ୍ୟାନ୍ୟ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ ।

Comments
Loading...