ମଦବିକ୍ରି ପାଇଁ ମାଡ଼

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ଜନ୍ହାପଙ୍କ ନିକଟରେ ମୁକୁନ୍ଦ ପୁର ଗାଁ ରେ ଗତ କାଲି ବିଳମ୍ବିତ ରାତିରେ ମଦ ବିକ୍ରି କୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇ ତିନି ଜଣ ଆହତ ହୋଇଛନ୍ତି | ସୂଚନା ଅନୁସାରେ ଗତ କାଲି ରାତିରେ ଅବକାରୀ ଚଢ଼ାଉ ଏବଂ ଗାଁ ରେ ମଦ ବିକ୍ରି ପାଇଁ ଦୁଇଟି ପରିବାର ମଧ୍ୟରେ ଝଗଡା ହୋଇଥିଲା ଏଥିରେ ତ୍ରିନାଥ ସାହୁ ଙ୍କୁ ଇଟା ମାଡ଼ ହୋଇ ମୁଣ୍ଡ ଫାଟିଛି ଏବଂ ତପନ ସାହୁ ଙ୍କୁ ଟାଙ୍ଗିଆ ଚୋଟ ବାଜିଛି | ଜନ୍ହପଙ୍କ ଫାଣ୍ଡି ଅଧିକାରୀ ଏ ଏସ ଆଇ ସୁବାଷ ଚନ୍ଦ୍ର ମିଶ୍ର ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତର ଖାନା ପଠେଇ ଥିଲେ | ଆଜି ସକାଳୁ ଥାନାରେ କେଶ ଦାୟର କରାଯାଇ ତଦନ୍ତ ଚାଲିଛି |

Comments
Loading...