ଜୟ ସୁଦନକୁ ଧାନ ବିକ୍ରି ଟଙ୍କା ମିଳିବ କେବେ?

ପାଟଣାଗଡ ୧୫/୦୫ (କୋଶଲ ନ୍ୟୁଜ୍) : ଧାନ ବିକିବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ପ୍ରାପ୍ୟ ମିଳିବାର ନିୟମ ଥିବା ବେଳେ ୬ ମାସ ଯାଏ ବି ଚାଷୀଙ୍କୁ ଟଙ୍କା ମିଳୁନି । ଖପ୍ରାଖୋଲ ବ୍ଲକ ଘୁନସର ଗାଁର ଚାଷୀ ଜୟ ସୁଦନ ବାଗ ୬ମାସ ହେଲା ଟଙ୍କା ମିଳୁନଥିବା ଅଭିଯୋଗ କରିଛନ୍ତି । ସେ ଗତ ବର୍ଷ ଡିସେମ୍ବର ୧୮ରେ ଖପ୍ରାଖୋଲ ମଣ୍ଡିରେ ଟୋକନ୍ ପାଇ ୩୦ କ୍ରିଣ୍ଟାଲ ଧାନ ବିକ୍ରି କରିଥିଲେ । ହେଲେ ଧାନ ବିକିବାର ୬ ମାସ ବିତି ଯାଇଥିଲେ ବି ତାଙ୍କ ପ୍ରାପ୍ୟ ମିଳୁନାହିଁ । ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କଲା ପରେ ବି କୌଣସି ସୁଫଳ ମିଳୁନଥିବା କହିଛନ୍ତି । ତାଙ୍କୁ ସୁଧ ସହ ପ୍ରାପ୍ୟ ଦେବାକୁ ସେ ଦାବି କରିଛନ୍ତି । ଯଥା ଶୀଘ୍ର ଏହି ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଜୟ ସୁଦନ କୁ ଧାନ ବିକ୍ରି ଟଙ୍କା ପ୍ରଦାନ କରିବା ପାଇଁ ଦାବି ହେଉଛି ।

Comments
Loading...