କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଖପ୍ରାଖୋଲ ଠାରେ ସ୍ବାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ର ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଡୁ ବରିହା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସମାଜ ର ବିଭିନ୍ନ ଦିଗ ଯଥା ଅର୍ଥ ନୈତିକ ,ଏକତା ,ସଂଗଠନ ସଦୃଢ , ଶିକ୍ଷା ସ୍ବାସ୍ଥ୍ୟ ନିଶା ପରମ୍ପରା ରୀତିନୀତି ଆଦି ବିଷୟରେ ଆଲୋଚନା କରାଯାଇଥିଲା । ବ୍ଳକ ର ପ୍ରତ୍ୟେକ ପାଞ୍ଚାୟତ ସ୍ତରୀୟ ନୂତନ କମିଟି ର ସଭାପତି ସଂପାଦକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଳକ ସ୍ତରୟୀ ନୂତନ କମିଟି ଗଠନ କରାଯାଇଥିଲା ।
