Share କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ବଲାଙ୍ଗୀର ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ହୋଇଥିଲା। ନାମ ବଡ଼ ଦର୍ଶନ ଛୋଟ। ଲୋକେ ସେବା ପାଇବେ କଣ ଓଲଟା ହଇରଣରେ ପଡ଼ୁଛନ୍ତି। ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଠା ଏମିତି ଯେ ଲୋକେ ଦୂରୁ ଥାଇ ଆଠ ମହଲା କୋଠା କୁ ଦେଖିପାରୁଥିବେ। ବଲାଙ୍ଗୀର, ସୋନପୁର, କଲାହାଣ୍ଡି, ନୂଆପଡା ଭଳି ଜିଲ୍ଲା ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ଓ ରୋଗୀ ସେ ଭରସା ନେଇ ମଧ୍ୟ ଆସୁଛନ୍ତି କିନ୍ତୁ ପ୍ରାୟତଃ ୧୦୦ ରୁ ୯୦% ରୋଗୀଙ୍କୁ ବୁର୍ଲା କିମ୍ବା ବାହାର ହସ୍ପିଟାଲ କୁ ରେଫର କରି ଦିଆଜୁଅଛି। ଛୋଟ ମୋଟ ଦୁର୍ଘଟଣା କିମ୍ବା ଏମର୍ଜେନ୍ସି କେସ ଆସିଲେ ମଧ୍ୟ ବୁର୍ଲା ରେଫର୍ କରି ଦିଆଯାଉଛି। ଏଇ ୫-୭ ଦିନ ତଳର କଥା ସହର ପାଖରେ ଦୁଇଟି ଦୁର୍ଘଟଣା ହେଲା ଜଣକର ମୁଣ୍ଡରେ ଆଘାତ, ହାତ ଭାଙ୍ଗିଯାଇଥିଲା ସେ ମଧ୍ୟ ଚେତାସୁନ୍ୟ ହୋଇଯାଇଥିଲେ ଓ ଆଉ ଜଣକର ଗୋଡ ଭାଙ୍ଗି କ୍ଷତ ବିକ୍ଷେତ ହୋଇଥିଲେ ଏହି କେସ କୁ ମଧ୍ୟ ସେ ବୁର୍ଲା ରେଫର କରିଥିଲେ। ଏମିତି ଅନେକ କେସ ପ୍ରତି ଦିନ ରେଫର ହଉଛି। ଫଳରେ ବାଟରେ ନେବା ସମୟରେ ରୋଗୀର ମୁର୍ତ୍ୟୁ ବରଣ ହଉଛି। ଛୋଟ ଛୋଟ ରୋଗ ପାଇଁ ସହର ମଧ୍ୟରେ ଥିବା ଘରୋଇ ହସ୍ପିଟାଲ କୁ ପଠାଇ ଡିଯାଉଛି, ଯଦ୍ୱାରା ଗରିବ ଲୋକେ ମାନେ ଅଧିକ ଶୋଷଣ ହଉଛନ୍ତି । ଏଭଳି ପ୍ରତିଦିନ ଯଦି ରେଫର କେସ ଗଣନା କରାଯାଏ ତାହାଲେ “ଗିନିଜ ବୁକ୍ ଅଫ୍ ରେକର୍ଡସ୍” ରେ ସ୍ଥାନ ପାଇବ ପାଇଁ ତିଳେ ମାତ୍ର ସନ୍ଧେହ ନାହିଁ । ଏତେ ବଡ ମେଡିକାଲ କଲେଜ କିନ୍ତୁ କାର୍ଡଓଲୋଜି ଡାକ୍ତର ନାହାନ୍ତି ଈସିଓ ଯନ୍ତ୍ର ନାହିଁ, ପୁରଣା ଇସୀଜୀ ରେ କାମ ଚାଲଯାଉଛି। ରିପୋର୍ଟ ଆସୁଛି କିନ୍ତୁ ତାହା କେଉଁ କାମକୁ ନୁହେଁ। ଏତେ ବଡ଼ ମେଡିକାଲ କଲେଜ ମାତ୍ର କେଇ ଜଣ ଡାକ୍ତର ରେ କାମ ଚଳାଇ ଦିଆଯାଉଛି। ଆପଣ ତ ଆଗରୁ ଶୁଣିଥିବେ ନର୍ସ ମାନଙ୍କ ର ରୋଗୀ ଙ୍କ ପ୍ରତି ବ୍ୟବହାର । ଏଭଳି ଅନେକ ସମସ୍ୟା ମାନ ଅଛି, ଦୁଇ ବର୍ଷ ହେଲାଣି କିନ୍ତୁ କିଛି ମଧ୍ୟ ସୁଧାର ନାହିଁ | ଏ ନେଇ ଅନେକଥର ଅନେକ ସଂଗଠନ ଦାବୀ ମଧ୍ୟ କରିଲେଣି ,ନା ସରକାର ନା ସେ ଜଣପ୍ରତିନିଧି କାହାରି ମଧ୍ୟ ତିଳେ ମାତ୍ର ଚିନ୍ତା ନାହିଁ |ଶେଷରେ ଏଇଆ ହିଁ କୁହାଯିବ ବଲାଙ୍ଗୀର ମେଡିକାଲ କଲେଜ କୁ ଭଗବାନ ହିଁ ସହ ଭରସା। 0 48 Share FacebookTwitterWhatsAppEmailFacebook MessengerTelegramPrint