ଆମ୍ବେଦକରଙ୍କ ୬୯ ତମ ମହାପରିନିର୍ବାଣ ଦିବସ ପାଳିତ

ବୌଦ୍ଧ(କୋଶଲ ନ୍ୟୁଜ୍):-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଭାରତର ସମ୍ବିଧାନ ପ୍ରଣେତା ତଥା ସମାଜ ସଂସ୍କାରକ ବିଶ୍ଵରତ୍ନ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୯ ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ କଚେରୀ ଛକ ସ୍ଥିତ ବାବାସାହେବଙ୍କ ପ୍ରତ୍ତୀ ମୂର୍ତ୍ତୀ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସଙ୍ଗଠନର ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କ୍ଷେତ୍ର ମୋହନ ମହାନନ୍ଦ, ପୁରୁଷୋତ୍ତମ ବାଘ, ରମେଶ ମହାନନ୍ଦିଆ, ବରିଷ୍ଠ ସମାଜସେବୀ ସୁରେଶ ରାଜହଂସ, ବଳଭଦ୍ର ଭବସାଗର, ବାମନ ବେହେରା, ଗୌତ୍ତମ କୁମ୍ଭାର, ହୃଦାନନ୍ଦ ବେହେରା, ଚନ୍ଦ୍ର ଶେଖର ବାଦୀ, ସୀମାଞ୍ଚଳ ବେହେରା, ରଞ୍ଜନ ରଣବିଡ଼ା, ଅର୍ଜୁନ ବେହେରା, ଅଜିତ କୁମ୍ଭାର, ଗଙ୍ଗାଧର କୁମ୍ଭାର, ସାନ ରଣବିଡା ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Comments
Loading...