Share ପୂର୍ବତନ ନବରଙ୍ଗପୁର ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟି ର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ କୁ ଗ୍ରସ୍ତ କରିଛନ୍ତି, ତାଙ୍କ ସହିତ ମାଲକାନଗିରି ଜିଲା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଗୋବିନ୍ଦ ପାତ୍ର, ମାଥିଲି ବ୍ଲକ ଅଧକ୍ଷ ଲଷ୍ମୀପ୍ରିୟା ନାୟକ, ଚିତ୍ତରଞ୍ଜନ ପଟ୍ଟନାୟକ, ମଙ୍ଗୁଖିଲ, ଆନନ୍ଦ ପାଙ୍ଗି ପ୍ରମୁଖ ଗ୍ରସ୍ତ କରିଥିଲେ, ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଓ ଦାରଲାବେଢା ଗ୍ରାମ ଠାରେ ପହଂଚିବା କ୍ଷଣି ଗ୍ରାମବାସି ମାନେ ଫୁଲ ମାଳ ସହ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ସ୍ବାଗତଂ କରିଥିଲେ, ଦାରଲାବେଢା ଠାରେ ଏକ ବୈଠକ କରି ଉକ୍ତ ଅଞ୍ଚଳର ବିଭିର୍ନ ସମସ୍ୟା ସମ୍ପର୍କରେ ବୁଝି ଥିଲେ, ସେଥିପାଇଁ ପାଇଖାନା ହୋଇ ନଥିବା ଏବଂ ନିନ୍ମ ମାନର କାମ ହୋଇ ଥିବା ଲୋକ ମାନେ ଅଭିଯୋଗ କରିଥିବା ବେଳେ, ଯୋଡ଼ାମ୍ବର ବିଦ୍ୟାଳୟ ର 10 ଗୋଟି ଶ୍ରେଣୀ ଗୃହ ପାଇଁ ମାତ୍ର ଜଣେ ଶିକ୍ଷକ ବିଦ୍ୟାଳୟ ଥିବା ଅଭିଯୋଗ କରିବା ସହ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ. ପରେ ଶ୍ରୀ ମାଝି ଗୋରାସେତୁ ଏବଂ ଲାଲଗଡ଼ର ପଣସପୁଟ ଗ୍ରାମ ରେ ପହଂଚି ଲେଟିନ,ପିଏମଜିଏସୱାଇ ରାସ୍ତା କାମ , ପାଣି, ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ଉପରେ କରାଯାଇଥିବା କାମ ବୁଲି ଦେଖିଥିଲେ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବା ପରେ ପରିମଳ ଉପରେ 16 କୋଟି ଟଙ୍କା ଦୃନୀତି ହୋଇଥିବା କହିବା ସହ ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କୁ ଦାୟୀ କରିଥିଲେ। ସ୍ୱାଭିମାନ ଅଞ୍ଚଳ ରେ ପିଏମଜିଏସୱାଇ ରାସ୍ତା କାମ ଗୁଡିକ ନିନ୍ମ ମାନର ଏବଂ କୋଟି କୋଟି ଟଙ୍କାର ହଡପ ହୋଇଥିବା କହି ସରକାର ସ୍ୱାଭିମାନ ଅଞ୍ଚଳ ବିକାଶ ନାମରେ ଦୃନୀତି ହୋଇଥିବା ମାଝି ପ୍ରକାଶ କରିଥିଲେ. ପରେ ଶ୍ରୀ ମାଝି ଗୋରାସେତୁ ଗାଁ, ଖଜୁରୀଗୁଡା ଗାଁ, ସିନ୍ଧିପୁଟ ଗାଁ ବୁଲି ଗାଁ ସମସ୍ୟା ବୁଲି ବୁଝିଥିଲେ । ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍। 0 11 Share FacebookTwitterWhatsAppEmailFacebook MessengerTelegramPrint